ଓଡ଼ିଶାମୌସୁମୀ

ବଙ୍ଗୋପସାଗରରେ ସୃଷ୍ଟି ଲଗୁଚାପ, ୩ ଜିଲ୍ଲାକୁ ସତର୍କ ସୂଚନା ।

ମୌସୁମୀ ୧୭/ଜୁନ : ବଙ୍ଗୋପସାଗରରେ ସୃଷ୍ଟି ହେଇଛି ଘୁର୍ଣ୍ଣିବଳୟ ଯାହାର ପ୍ରଭାବରେ ଲଗୁଚାପ ସୃଷ୍ଟି ହୋଇଛି, ଆଗାମୀ ୨୪ଘଣ୍ଟାରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳଗୁଡ଼ିକରେ ସକ୍ରିୟ ରହିଛି ଘୁର୍ଣ୍ଣିବଳୟ । ସମୁଦ୍ର ପତ୍ତନଠାରୁ ୩.୧ କିଲୋମିଟରରୁ ୭.୬ କିଲୋମିଟର ଉଚ୍ଚତାରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା, ବିଦର୍ଭ ଏବଂ ଛତିଶଗଡ଼ର କିଛି ଅଂଶକୁ ମୌସୁମୀ ଆଗକୁ ବଢ଼ିବା ପାଇଁ ପାଗ ଅନୁକୂଳ। ଏହି କାରଣରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି। ମଙ୍ଗଳବାର କଳାହାଣ୍ଡି, କଟକ ଏବଂ ଜଗତସିଂପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବବୋଲି ସୂଚନା ମିଳିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ବିଜୁଳି, ଘଡ଼ଘଡ଼ି ମାରିବାର ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ ବିଭାଗ ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଓ୍ବାର୍ନିଂ ଜାରି କରିଛି। ସେହିପରି ୧୭ଟି ଜିଲ୍ଲା ପାଇଁ ପ୍ରବଳ ବର୍ଷା ହେବା ସହ ବଜ୍ରପାତ ହେବ ବୋଲି ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ନୟାଗଡ଼, ନବରଙ୍ଗପୁର, ନୂଆପଡ଼ା, କନ୍ଧମାଳ, ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଗଜପତି, କୋରାପୁଟ ଏବଂ ମାଲକାନଗିରି ଅନ୍ତର୍ଭୁକ୍ତ।

Related Articles

Back to top button
WP Twitter Auto Publish Powered By : XYZScripts.com