
ଭୁବନେଶ୍ୱର ୨୦/ ଜୁନ୍: ଓଡ଼ିଶାରେ ମୋଦିଙ୍କ ଭବ୍ୟ ସ୍ୱାଗତ । ମୋଦି ରଙ୍ଗରେ ରଙ୍ଗିଯାଇଛି ରାଜଧାନୀ, ସବୁରି ମୁହଁରେ ମୋଦିଜୀଙ୍କ ନାମ । ରାଜଧାନୀ ହୋଇଯାଇଛି ମୋଡ଼ିମୟ । ଆଜି ପ୍ରଧାନମନ୍ତ୍ରୀ ମୋଦି ବିହାରରେ କାର୍ଯ୍ୟକ୍ରମ ସାରି ଓଡିଶା ଆସିଛନ୍ତି । ରାଜ୍ୟରେ ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ହବ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଆସିଛନ୍ତି । ବିଜେପିର ବର୍ଷକ ଯାଙ୍କର କାମର ରିପୋର୍ଟ କାର୍ଡ ଦେଖିବେ, ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ କାମକୁ ମଧ୍ୟ ରେଟ କରିବେ ପ୍ରଧାନମନ୍ତ୍ରୀ । ତାଙ୍କ ଗ୍ରସ୍ତଙ୍କୁ ନେଇ ଭୁବନେଶ୍ୱରରେ ଚାଞ୍ଚଲ୍ୟ ଦେଖିବାକୁ ମିଳିଛି । କଡା ସୁରକ୍ଷାର ସହିତ ଲକ୍ଷ ଲକ୍ଷ ଲୋକ ତାଙ୍କୁ ଦେଖିବା ପାଇଁ ରାଜଧାନୀ ଆସିଛନ୍ତି । ଚାରିଆଡେ ଆନନ୍ଦର ଲହରୀ ଖେଳିଯାଇଛି । ପ୍ରଧାନମନ୍ତ୍ରୀ ଲକ୍ଷ ଲକ୍ଷ ଲୋକଙ୍କ ମେଳାରେ ଭୁବନେଶ୍ୱର ବିମାନବନ୍ଦର ତଥା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଠାରୁ ଏଜି ଚକ, ଓ ଏଜି ଛକରୁ ରାଜ ଭବନ, ରାଜା ଭବନରୁ ଜୟଦେବ ବିହାର ଏବଂ ଜୟଦେବ ବିହାର ଛକ ଦେଇ ଏକ ବିଶାଳ ରୋଡ ଶୋ ମାଧ୍ୟମରେ ଜୟଦେବ ବିହାରର ଜନତା ମଇଦାନରେ ପହଞ୍ଚିଛନ୍ତି । ତାଙ୍କୁ ସମ୍ବୋଧନ କରିବା ପାଇଁ ଜନତାଙ୍କ ବଡ ଭିଡ ଦେଖିବାକୁ ମିଳିଛି । ଆଜିକୁ ଲଗେଇ ପ୍ରଧାନମନ୍ତ୍ରୀ ୬ ଥର ଓଡିଶା ଆସି ସାରିଲେଣି ତଥାପି ଜନତାଙ୍କ ମଧ୍ୟରେ ତାଙ୍କୁ ଦେଖିବା ପାଇଁ ଉତ୍ସହ ସମାନ ରହୁଛି ।