ଇସ୍ରାଏଲ ତାର ବିନାଶ ଆଡକୁ ଯାଉଛି, ଏକତ୍ରିତ ହୋଇ ତାକୁ ରୋକିବାକୁ ପଡିବ : ତୁର୍କୀ ।

ତୁର୍କୀ ୨୧/ଜୁନ୍: ତୁର୍କୀର ବୈଦେଶିକ ମନ୍ତ୍ରୀ ହାକାନ କହିଛନ୍ତି ଯେ ମଧ୍ୟପ୍ରାଚ୍ୟ ଦେଶଗୁଡିକ ‘ଇସ୍ରାଏଲୀୟ ସମସ୍ୟା’ର ସମ୍ମୁଖୀନ ହେଉଛି। ଫିଦାନ ମୁସଲିମ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କୁ କହିଥିଲେ ଯେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଦ୍ୱାରା ଏହି ଅଞ୍ଚଳକୁ “ସମ୍ପୂର୍ଣ୍ଣ ବିନାଶ” ଆଡ଼କୁ ନେଇଯାଉଛି, ଏବଂ ବିଶ୍ୱ ଶକ୍ତିଗୁଡ଼ିକୁ ସଂଘର୍ଷକୁ ବୃଦ୍ଧି ପାଇବାରୁ ରୋକିବା ପାଇଁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ଇସ୍ତାନବୁଲରେ ଇସଲାମିକ ସହଯୋଗ ସଂଗଠନର ଏକ ବୈଠକରେ, ଫିଦାନ ଇସ୍ରାଏଲ ବିରୁଦ୍ଧରେ ଇରାନକୁ ସମର୍ଥନ କରିବା ପାଇଁ ମୁସଲିମ ଦେଶଗୁଡ଼ିକୁ ଏକତ୍ର ହେବାକୁ ଆହ୍ୱାନ ଦେଇଛନ୍ତି। ସେ କହିଥିଲେ ଯେ ଗାଜା, ଲେବାନନ, ସିରିଆ, ୟେମେନ ଏବଂ ବର୍ତ୍ତମାନ ଇରାନ ଉପରେ ଆକ୍ରମଣ ସହିତ ଏହି ଅଞ୍ଚଳ ଏକ “ଇସ୍ରାଏଲୀୟ ସମସ୍ୟା”ର ସମ୍ମୁଖୀନ ହେଉଛି। “ଦୁର୍ଭାଗ୍ୟବଶତଃ, ଏହି ବୈଠକ ଏପରି ସମୟରେ ହେଉଛି ଯେତେବେଳେ ଇସଲାମିକ ଦେଶଗୁଡିକ ବହୁତ ସମସ୍ୟାର ସମୁଖିନ୍ନ ହେଉଛି ଇରାନ ଇସ୍ରାଏଲ ଯୁଦ୍ଧ ପାଇଁ। ଗାଜାକୁ ରକ୍ତରେ ରଙ୍ଗୀନ କରିଥିବା ଇସ୍ରାଏଲ ଏବେ ଇରାନ ଉପରେ ଆକ୍ରମଣ କରୁଛି। ଏହି ଦୁଃଖଦତାକୁ ସମାପ୍ତ କରିବା ପାଇଁ ଆମକୁ ମିଳିତ ପଦକ୍ଷେପ ବିଷୟରେ ଆଲୋଚନା କରିବାକୁ ପଡିବ,” ଫିଦାନ କହିଛନ୍ତି।