Featuredଓଡ଼ିଶା

ଶୂନ ଦୁର୍ଘଟଣା ଦିବସ ପାଇଁ ବିଏମସିର ମୋଟର ସାଇକେଲ ଶୋଭାଯାତ୍ରା ।

ଭୁବନେଶ୍ୱର ୨୪/ଜୁନ୍ : ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ମିଳିତ ଉଦ୍ୟମରେ ଶୂନ ଦୁର୍ଘଟଣା ଦିବସ ପାଇଁ ଗତ 10 ତାରିଖରୁ ବ୍ୟାପକ କାର୍ଯ୍ୟକ୍ରମ ଜାରି ରହିଛି । ଆଜି ଜିରୋ ଆକ୍ସିଡେଣ୍ଟ ଡେ ଅବସରରେ ଏକ ମୋଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଏମ୍ ସି ମୁଖ୍ୟାଳୟ ପରିସରରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରାରେ 300 ଶହରୁ ଅଧିକ ବାଇକ ଆରୋହୀ ସାମିଲ ହୋଇଥିଲେ । ଶୋଭାଯାତ୍ରା ବିଏମ୍ ସି ମୁଖ୍ୟାଳୟରୁ ବାହାରି ବାଣି ବିହାର ଦେଇ ମାଷ୍ଟର କ୍ୟାଣ୍ଟିନଠାରୁ ୟୁ ଟର୍ଣ୍ଣ କରି ପୁଣି ବିଏମ୍ ସି କାର୍ଯ୍ୟାଳୟରେ ପହଞ୍ଚିଥିଲା ।ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ କମିଶନର ଶ୍ରୀ ଦୀପ୍ତି ପାତ୍ର, ବିଏମ୍ ସିର ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ଶ୍ରୀ କୈଳାସ ଚନ୍ଦ୍ର ଦାସ, ଷ୍ଟାଣ୍ଡିଂ କମିଟିର ସମସ୍ତ ଅଧ୍ୟକ୍ଷ ଓ ଅଧ୍ୟକ୍ଷା, କର୍ପୋରେଟର, ପିଆର ଆଣ୍ଡ କମ୍ୟୁନିକେଶନ ଡେପୁଟି କମିଶନର ଶ୍ରୀ ଏନ୍. ଗଣେଶ ବାବୁ ପ୍ରମୁଖ ଉପସ୍ଥିତ ଥିଲେ । ଶୂନ ଦୁର୍ଘଟଣା ଦିବସ ପାଇଁ ଗତ 3 ତାରିଖରୁ ରାଜ୍ୟ ବ୍ୟାପି ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ସଂପର୍କରେ ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ ପ୍ରାରମ୍ଭିକ ସୂଚନା ଦେଇଥିଲେ । ପରେ ମାନନୀୟା ମେୟର କିପରି ଟ୍ରାଫିକର ସମସ୍ତ ନିୟମ ମାନି ଗାଡି ଚଳାଇବା ଦରକାର ଏବଂ ଏହା ଦ୍ୱାରା ନିଜେ କିପରି ସୁରକ୍ଷିତ ରହିବା ସହ ଅନ୍ୟକୁ ସୁରକ୍ଷିତ ରଖିପାରିବେ ସେ ସଂପର୍କରେ ଅବଗତ କରାଇଥିଲେ । ତୁମେ ଗାଡି ନେଇ ବାହାରକୁ ଯାଉଛ, ଘରେ ପରିବାର ସଦସ୍ୟମାନେ ତୁମକୁ ଅପେକ୍ଷା କରିଛନ୍ତି । ତେଣୁ ନିରାପଦରେ କିପରି ଘରକୁ ଫେରିବ ସେ ସଂପର୍କରେ ଉପସ୍ଥିତ ମୋଟର ସାଇକେଲ ଶୋଭାଯାତ୍ରାକାରୀଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ମାଡ୍ରାସ ଆଇଆଇଟିର ସେଣ୍ଟର ଅଫ୍ ଏକ୍ସିଲେନ୍ସ ଫର୍ ରୋଡସେଫ୍ଟିର ପ୍ରମୁଖ ପ୍ରକଳ୍ପ ଅଧିକାରୀ ତଥା ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ଗଙ୍ଗାଧର ସାହୁ, ଶୂନ ଦୁର୍ଘଟଣା ଦିବସର ଶପଥପାଠ କରାଇଥିଲେ । ଏହି ଶୋଭାଯାତ୍ରାରେ ବିଏମ୍ ସିର ବହୁ କର୍ମଚାରୀ, ସାନିଟାରୀ ଇନ୍ସପେକ୍ଟର, ଟ୍ରାଫିକ ପୋଲିସ, ବାଣିଜ୍ୟ ଓ ପରିବହନ ବିଭାଗ, ଭୁବନେଶ୍ୱର ମାର୍କେଟ ଆସୋସିଏନର ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com