ଓଡ଼ିଶା
ଆସନ୍ତା ଜୁନ୍ 30ରୁ ଦଶମ ଶ୍ରେଣୀ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର ୨୪|୦୬: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁନ୍ ୩୦ ରୁ ଆରମ୍ଭ ହେବ। ପରୀକ୍ଷାରେ ଯୋଗଦେବା ପାଇଁ ୩,୨୩୨ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି ଏବଂ ସେମାନଙ୍କ ପାଇଁ ୯୮ ଟି କେନ୍ଦ୍ର ବ୍ୟବସ୍ଥା କରାଯାଇଛି।
ଚଳିତ ବାର୍ଷିକ ପରୀକ୍ଷାରେ ବିଫଳ ହୋଇଥିବା ଏବଂ ପରୀକ୍ଷା ଦେଇପାରିନଥିବା ଛାତ୍ରଛାତ୍ରୀମାନଙ୍କୁ ଜୁଲାଇ ୧୦ ସୁଦ୍ଧା ପରୀକ୍ଷା ଦେବାକୁ ପଡିବ। ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ୧୦୩ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା ଅଛି। ପ୍ରାୟ ୧୦,୮୦୯ ଜଣ ପ୍ରାର୍ଥୀ ଉକ୍ତ ପରୀକ୍ଷାରେ ଯୋଗଦେବେ। ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ତରାଇ କହିଛନ୍ତି ଯେ ଉଭୟ ପରୀକ୍ଷାର ପ୍ରବେଶ ପତ୍ର ବୋର୍ଡର ୱେବସାଇଟରେ ଉପଲବ୍ଧ।