ଓଡ଼ିଶା
ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଘୋଷଣା ;ରାଜ୍ୟରେ ଖୋଲିବ ଆଉ ୯ ନୂଆ ମେଡିକାଲ କଲେଜ

ଭୁବନେଶ୍ୱର, ଜୁନ ୨୪: ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ଆଉ ନଅଟି ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ହେବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ। ଜଗାଟସିଂହପୁର, ଭଦ୍ରକ, ଢେଙ୍କାନାଳ ଏବଂ ନବରଙ୍ଗପୁରରେ ଏମବିବିଏସ୍ କଲେଜ ପ୍ରତିଷ୍ଠା ହେବ।
ମନ୍ତ୍ରୀ କହିଛନ୍ତି ଯେ ବୁର୍ଲା, ବ୍ରହ୍ମପୁର, କେଉଁଝର ଏବଂ ବଲାଙ୍ଗୀରରେ ଚାରୋଟି ଡେଣ୍ଟାଲ୍ କଲେଜ ପ୍ରତିଷ୍ଠା କରାଯିବ ଏବଂ ମୟୂରଭଞ୍ଜରେ ଗୋଟିଏ ଆୟୁର୍ବେଦ କଲେଜ ପ୍ରତିଷ୍ଠା କରାଯିବ। ରାଜ୍ୟରେ ନୂତନ ମେଡିକାଲ କଲେଜ ଖୋଲିବା ପାଇଁ ବଜେଟକୁ ଅନୁମୋଦନ କରାଯାଇଛି।