ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ମା’ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ, ରଥଯାତ୍ରା ଦିବସରେ ଶ୍ରୀକ୍ଷେତ୍ର ଭକ୍ତିମୟ

ପୁରୀ, ୨୭/୦୬ : ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି। ଘଣ୍ଟ, ଘଣ୍ଟା ଓ ମାର୍ଦ୍ଦଳର ତାଳ ବେଳେ, ସେବାୟତମାନେ ପାରମ୍ପରିକ ଶୈଳୀରେ ମା’ଙ୍କୁ ଶ୍ରୀମନ୍ଦିରରୁ ତାଙ୍କ ରଥ ଦେବଦଳନ ଅଭିମୁଖେ ଆଣୁଛନ୍ତି। ପୂର୍ବରୁ ସୁଦର୍ଶନ ମହାପ୍ରଭୁ ଓ ବଳଭଦ୍ରଙ୍କ ପହଣ୍ଡି ସମ୍ପନ୍ନ ହୋଇସାରିଛି।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ, ଅପରାହ୍ନ ୨:୩୦ରୁ ୩:୩୦ ମଧ୍ୟରେ ଛେରାପହଁରା ନୀତି ସମ୍ପନ୍ନ ହେବ। ତା’ପରେ ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବ। ଏହି ଦିନ ବିଶ୍ୱନିୟନ୍ତାଙ୍କ ଦର୍ଶନ ଓ ରଥଯାତ୍ରାରେ ଅଂଶଗ୍ରହଣ ପାଇଁ ଲକ୍ଷ ଲକ୍ଷ ଭକ୍ତ ଗୁରୁବାରଠାରୁ ଶ୍ରୀକ୍ଷେତ୍ରକୁ ଆଗମନ କରିଛନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com