
ଭୁବନେଶ୍ୱର ୩୦/ଜୁନ୍ : ନିଯୁକ୍ତି ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ । ୩୦ ଜୁନ୍ ଦିନ ଓଡ଼ିଶା ସରକାର ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାପନାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟିଛି। ମିର୍ଦ୍ଧା ଟପ୍ପୋଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଛି। ସେ ପୂର୍ବରୁ କେନ୍ଦୁଝରରେ ଡୁଡା (ଜିଲ୍ଲା ନଗର ଉନ୍ନୟନ ସଂସ୍ଥା)ର ପ୍ରକଳ୍ପ ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଥିଲେ। ଏହି ନିଯୁକ୍ତି ସହିତ ସେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବେ। ସେହିପରି, ବରିଷ୍ଠ ଆଇଏଏସ୍ ଅଫିସର ଶାଶ୍ୱତ ମିଶ୍ର (RR-1996) କୁ ପ୍ରଧାନ ସଚିବ ଭାବରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତ କରାଯାଇଛି। ସେ ଏହି ସହ ବିତ୍ତ ବିଭାଗ ଓ ଓଡ଼ିଶା ଔଦ୍ୟୋଗିକ ଢଞ୍ଞାଗଞ୍ଜ ସଂସ୍ଥା (IDCO)ର ଚେୟାରମ୍ୟାନ ଭାବେ ମଧ୍ୟ ଦାୟିତ୍ୱ ନିଭାଇବେ। ଏହି ଦୁଇ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିଯୁକ୍ତି ବର୍ତ୍ତମାନ ରଥଯାତ୍ରା ସମୟରେ ଦେଶର ଦୃଷ୍ଟି ରଖିଥିବା ଓଡ଼ିଶାରେ ପ୍ରଶାସନିକ ଦକ୍ଷତା ବଢ଼ାଇବା ଉଦ୍ଦେଶ୍ୟରେ ଦେଖାଯାଉଛି।