
ପୁରୀ,୩୦|୦୬: ଦର୍ଶନ କରିବାକୁ ଆସିଥିଲେ ହେଲେ ସବ ହୋଇ ଫେରିଲେ | ମିଳିଲାନି ଆମ୍ବୁଲାନ୍ସ ଚାଲିଗଲା ଜୀବନ |ଶରଧା ବାଲିରେ ଜଗନ୍ନାଥଙ୍କ ଦର୍ଶନ ସମୟରେ ଘଟିଥିଲା ଅଘଟଣ | ଦଳା ଚକଟାରେ ଚାଲିଗଲା ଜୀବନ | ମତେ ପାଣି ଦିଅ , ପାଣି ବୁନ୍ଦେ ଦିଅ , ଦଳାଚକଟା ଭିତରୁ ଶୁଭାଯାଉଥିଲା ଏହି ବିକାଟଲା ଡାକ | ଭୋର ୪ ଟା ର ଘଟଣା ; ଚତୁର୍ଦ୍ଧଆ ବିଗ୍ରହଙ୍କ ରଥରେ ପହୁଡା ପଡ଼ିଥିବାରୁ ପହୁଡା ଖୋଲିବା ଯାଏ ଅପେକ୍ଷା କରିଥିଲେ ଭକ୍ତ | ପହୁଡା ଖୋଲିବା ପରେ ହରିବୋଲ ହୁଳହୁଳୀରେ ଫାଟି ପଡିଥିଲା ଗଗନ | ତେବେ ହଟାତ ଭିଡ ଭିତରକୁ ପଶି ଆସିଥିଲା ଗୋଟେ ଚାରମାଳ ଟ୍ରକ |
ଏହା ପରେ ଭକ୍ତଙ୍କ ମଧ୍ୟରେ ହୋଇଥିଲା ଦଳା ଚକଟା | ତେବେ ଏହି ଦଳାଚକଟା ମଧ୍ୟରେ ଭକ୍ତ ତଳେ ପଡିଯାଇ ପାଣି ପାଇଁ ଚିତକାର କରୁଥିଲେ | କିନ୍ତୁ ପାଣି ଦେବା ବଦଳରେ ଲୋକ ନିଜ ପ୍ରାଣ ବିକଳରେ ତାଙ୍କ ଉପରେ ଦୌଡ଼ି ପଳାଇଲେ | ଫଳରେ ପଡ଼ିଯାଇଥିବା ଭକ୍ତଙ୍କ ଶ୍ୱାସରୁଦ୍ଧ ହୋଇଯାଇଥିଲା | ଏତେ ବଡ ଅଘଟଣ ସତ୍ୱେ ଆମ୍ବୁଲାନ୍ସ ନ ଥିଲା | ଆମ୍ବଡାନ୍ସ ନଥିବାରୁ ପରିବାର ବର୍ଗ ଏକ ଅଟୋରେ ନିଜ ପରିବାରର ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲ ନେଇଥିଲେ | ଏଥି ମଧ୍ୟରେ ୩ ଜଣଙ୍କ ପ୍ରାଣ ବାୟୁ ଉଡିଯାଇଥିଲା | ତେବେ ମୃତକଙ୍କ ପରିବାର ଏହାକୁ ପ୍ରଶାସନର ଦାୟିତ୍ବହୀନତା ବୋଲି କହିଛନ୍ତି
| ତେବେ ଏହି ମାମଲାରେ କଠୋର ହେଲା ସରକାର, ହଟିଲେ ଜିଲ୍ଲାପାଳ ଓ ଏସ୍ପି | ଦଳାଚକଟାର ତଦନ୍ତ କରିବ ଉନ୍ନୟନ କମିଶନ | ତେବେ ପ୍ରଶାସନର ଅବହେଳା ରାଜ୍ୟ ସରକାର ସ୍ୱୀକାର କରିଛନ୍ତି | ଏଥି ପାଇଁ ଉନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ତଦନ୍ତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ |