ରାଜନୀତି
ପୁରୀ ଅଘଟଣ ପାଇଁ ନିର୍ବାଚନ ସ୍ଥଗିତ, ସୂଚନା ଦେଲେ ସଂସଦ ।

ଭୁବନେଶ୍ୱର ୩୦/ଜୁନ୍ : ବାଲେଶ୍ବର ଏମ୍ପି ପ୍ରତାପ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ଯେ, ପୁରୀ ଅଘଟଣ ପାଇଁ ମର୍ମାହତ ହୋଇ ଭାଜପା ରାଜ୍ୟ ସଭାପତି ନିର୍ବାଚନ ସ୍ଥଗିତ କରାଯାଇଛି। ନୂଆ ସଭାପତି କିଏ ହେବ, ସେନେଇ ଚର୍ଚ୍ଚା ଜୋରଦାର ରହିଛି। ମନମୋହନ ସାମଲଙ୍କୁ ଆଉ ଥରେ ସଭାପତି କରାଯିବା ଅନୁମାନ କରାଯାଉଛି । ଏହି ନିର୍ବାଚନ ପରେ ଖାଲି ଥିବା ନିଗମ, ବୋର୍ଡ ଓ ମନ୍ତ୍ରୀ ପଦବୀ ପୂରଣ ହେବା ସହ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବ ବୋଲି ଭାଜପା ମହଲରେ ଚର୍ଚ୍ଚା ଚାଲିଛି।