ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ଭୁଶୁଡ଼ିଲା ଘର , ୧୨୯ ରାସ୍ତା ବନ୍ଦ ।

ଶିମଲା ୩୦/ଜୁନ୍ : ହିମାଚଳ ପ୍ରଦେଶର ସିମଲାରେ ଗଭୀର ବର୍ଷା ଓ ଭୂସ୍ଖଳନ ଫଳରେ ଏକ 5 ମହଲା ଘର ଭୁଶୁଡ଼ି ପଡ଼ିଛି। ଘଟଣା ପୂର୍ବରୁ ଘର ଖାଲି କରାଯିଥିବାରୁ ଦୁର୍ଘଟନାରେ କେହି ଆହତ ହୋଇନାହାନ୍ତି। ଘର ମାଲିକାଣୀ ଅଞ୍ଜନା ବର୍ମା ଏହାର କାରଣ ନିକଟରେ ଚାରି ଲେନ୍ ରାସ୍ତା ନିର୍ମାଣ କୁ ଦାୟୀ କରିଛନ୍ତି। ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ “ରେଡ ଆଲର୍ଟ ” ଜାରି କରିଛି।ଏହା ସହ ୧୨ଟି ଜିଲ୍ଲା ମଧ୍ୟରୁ, ସିମଲା, ବିଳାସପୁର, ହମିରପୁର, କାଙ୍ଗରା, ମାଣ୍ଡି, ସୋଲାନ, ସିରମୌର, ଉନା, କୁଲୁ ଏବଂ ଚମ୍ବା ପାଇଁ ସତର୍କ ସୂଚନା ଜାରି କରାଯାଇଛି।ପାଣିପାଗ କାର୍ଯ୍ୟାଳୟ ଭୂସ୍ଖଳନ, ଜଳବନ୍ଦୀ, ଦୁର୍ବଳ ଗଠନକୁ କ୍ଷତି, ଟ୍ରାଫିକ୍ ଜାମ୍ ଏବଂ ଅତ୍ୟାବଶ୍ୟକ ସେବାରେ ବାଧା ସୃଷ୍ଟି ହେବାର ମଧ୍ୟ ସତର୍କ କରାଇଛି। ପ୍ରବଳ ବର୍ଷା ପରେ ସୋଲାନର କୋଟି ଅଞ୍ଚଳ ନିକଟରେ ପଥର ଏବଂ ଗଛ ଟ୍ରାକରେ ପଡ଼ିବା ଯୋଗୁଁ ରବିବାର ସିମଲା-କାଲକା ରେଳ ଲାଇନ – ଏକ ୟୁନେସ୍କୋ ବିଶ୍ୱ ଐତିହ୍ୟ – ରେ ଟ୍ରେନ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ଏହି ବର୍ଷାରେ ୧୨୯ଟି ରାସ୍ତା ବନ୍ଦ ହୋଇଛି, ମଧ୍ୟରୁ ମାଣ୍ଡି ଓ ସିରମୌରରୁ ସର୍ବାଧିକ ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ସୋମବାର ଦିନ ସ୍କୁଲ ବନ୍ଦ ରଖିବାକୁ କାଙ୍ଗଡ଼ା, ମଣ୍ଡି, ସିରମୌର ଏବଂ ସୋଲାନ ଜିଲ୍ଲାର ଡେପୁଟି କମିଶନରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।