ରାଜନୀତି

ବିଏମସି କମିଶନରଙ୍କୁ ମାଡ଼,ସରକାରକୁ କଡା ନିନ୍ଦା କଲା ବିଜେଡି ।

ଭୁବନେଶ୍ୱର ୦୧/ଜୁଲାଇ : ବିଏମସି ଅତିରିକ୍ତ କମିଶନରଙ୍କୁ ଲକ୍ଷ୍ୟ କରି ଘଟିଥିବା ମାଡ଼ ଘଟଣାକୁ ବିଜେଡି ପକ୍ଷରୁ ଦୃଢ ଭାବରେ ନିନ୍ଦା କରାଯାଇଛି। ଦଳର ବିଭିନ୍ନ ନେତା ଏହି ଅଘଟଣାକୁ ଏକ ଅମାନୁଷିକ କାର୍ଯ୍ୟ ବୋଲି ବର୍ଣ୍ଣନା କରିଛନ୍ତି ଓ ଏହି ଘଟଣା ପଛରେ ଥିବା ମୁଖ୍ୟ ଚକ୍ରାନ୍ତକାରୀ ଓ ନେତାଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ବିଜେଡି ନେତାଙ୍କ ଅନୁସାରେ ଏହି କାର୍ଯ୍ୟ ଦ୍ୱାରା ରାଜ୍ୟର ସରକାରୀ ଅଧିକାରୀମାନେ ଆପଣ ଦଫ୍ତର ମଧ୍ୟରେ ସୁରକ୍ଷିତ ନୁହନ୍ତି ବୋଲି ପ୍ରମାଣିତ ହେଉଛି। ଏହା ଏକ ଦୁଃଖଦ ଓ ଅସ୍ବୀକାର୍ଯ୍ୟ ଘଟଣା ହେବା ସହ, ଏହି ଅପରାଧିକ କାର୍ଯ୍ୟ ଉପରେ ତ୍ୱରିତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଦାବି କରୁଛନ୍ତି। ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ, ଏହି ଆକ୍ରମଣ ଅତ୍ୟନ୍ତ ଅମାନୁଷିକ ଭାବେ ଘଟିଛି ଓ ଏଥିରେ ୨ ମହିଳା କର୍ପୋରେଟର୍ ମଧ୍ୟ ଆଘାତ ପାଇଛନ୍ତି। ଏହା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିମ୍ନ ଦିଗକୁ ଗାଡ଼ି ଦେଉଛି। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ଯେ ସେ ନିଜେ ଏହାର ଅନୁଧ୍ୟାନ କରନ୍ତୁ ଓ ଘଟଣାର ସଂପୃକ୍ତ ସମସ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଏହି ଅଭିଯାନ ଅପରାଧୀମାନେ କେଉଁ ଦଳର, କେଉଁ ପଦବୀର, କିମ୍ବା କେଉଁ ପଦାଧିକାରୀ ହେଉଛନ୍ତି, ତାହା ଦେଖିବା ନୁହେଁ, ଆଇନ ଅନୁଯାୟୀ କାର୍ଯ୍ୟ ହେବା ଉଚିତ। ମେୟର ସୁଲୋଚନା ଦାସ ମଧ୍ୟ ଏହି ଘଟଣା ଉପରେ ଅତ୍ୟନ୍ତ ଚିନ୍ତିତ ବ୍ୟକ୍ତ କରି ସ୍ପଷ୍ଟ କରିଛନ୍ତି ଯେ ଏହା ପାଇଁ ସେ ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଅନୁଧ୍ୟାନ ଓ ଦୃଢ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି। ଏଭଳି ଅପରାଧରେ ଲିପ୍ତ ସମସ୍ତଙ୍କୁ ଗିରଫ କରି ଆଇନ ଅନୁଯାୟୀ ଶିକ୍ଷା ଦିଆଯାଉ ଓ ଆଗାମୀ ଦିନରେ ସରକାରୀ କର୍ମଚାରୀମାନେ ଭୟ ଛାଡି ନିର୍ଭୟ ଭାବରେ କାର୍ଯ୍ୟ କରିପାରିବେ, ଏହା ନିଶ୍ଚିତ କରାଯିବା ଆବଶ୍ୟକ। ଏହି ଘଟଣା ପ୍ରତି ଜାତୀୟ ସ୍ତରରେ ଓଡ଼ିଶାର ଛବି କୁ ନେଗେଟିଭ୍ ଭାବରେ ପ୍ରଭାବିତ କରିଛି ବୋଲି ସେ ଉଲ୍ଲେଖ କରିଛନ୍ତି।

 

Related Articles

Back to top button