ଓଡ଼ିଶାଜାତୀୟ

ପୁଣି ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍ସ ଓ ରେଭେନ୍ସା କାର୍ଯ୍ୟକ୍ରମରେ ଯୋଗ ଦେବେ

 

ଭୁବନେଶ୍ୱର, ୧।୦୭ : ଦେଶର ଗରିମାମୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଜୁଲାଇ ୧୪ ତାରିଖରେ ପୁଣିଥରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଦିନ ସେ ଭୁବନେଶ୍ୱରର ଏମ୍ସ (AIIMS) ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଏହା ଦେଖିବାକୁ ରହିଛି ଏକ ଗର୍ବର ମୁହୂର୍ତ୍ତ, ଯେଉଁଠି ରାଷ୍ଟ୍ରପତି ଜନସାଧାରଣଙ୍କୁ ସନ୍ଦେଶ ଦେବେ ବୋଲି ଅନୁମାନ କରାଯାଉଛି।

୧୫ ତାରିଖରେ ସେ କଟକ ଯିବେ ଓ ସେଠାରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଏହାସହ ରେଭେନ୍ସା ବାଳିକା ବିଦ୍ୟାଳୟର ଶିଳାନ୍ୟାସ କରିବେ ବୋଲି ସୂଚନା ମିଳିଛି। ରାଷ୍ଟ୍ରପତିଙ୍କ ଏହି ଦୁଇ ଦିନିଆ ଓଡ଼ିଶା ଗସ୍ତ ଦେଶର ଶିକ୍ଷା ଓ ସ୍ୱାସ୍ଥ୍ୟ ଖେତ୍ରରେ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ରଖିବ ବୋଲି ଆଶା କରାଯାଉଛି।

 

 

Related Articles

Back to top button