
କୋରାପୁଟ, ୦୨| ୦୭: କୋରାପୁଟ ଜିଲ୍ଲାରେ ବୁଧବାର ଦିନ ୧୦୬୨.୫ ମିମି ବର୍ଷା ରେକର୍ଡ ହୋଇଛି। ଏଥିରେ ସର୍ବାଧିକ ବର୍ଷା କୋଟପାଡ଼ ବ୍ଲକରେ ୧୫୨ ମିମି ହୋଇଥିବା ବେଳେ, ପଟାଙ୍ଗୀ ବ୍ଲକରେ ୪୫.୨ ମିମି, ବୈପାରୀଗୁଡ଼ାରେ ୧୧୦ ମିମି, ସେମିଲିଗୁଡ଼ାରେ ୧୨୪.୩ ମିମି, ନନ୍ଦପୁରରେ ୪୭ ମିମି, ଦଶମନ୍ତପୁରରେ ୬୪ ମିମି, ନାରାୟଣପାଟଣାରେ ୭.୪ ମିମି, ଲକ୍ଷ୍ମୀପୁରରେ ୨୨.୮ ମିମି ବର୍ଷା ହୋଇଥିବା ଜଣାପଡ଼ିଛି। ଏହାସହିତ କୋରାପୁଟରେ ୧୧୫.୮ ମିମି, ଜୟପୁରରେ ୧୪୧.୮ ମିମି, ଲମତାପୁଟରେ ୬୫ ମିମି, କୁନ୍ଦ୍ରାରେ ୭୫.୮ ମିମି ଓ ବୋରିଗୁମ୍ମାରେ ୮୯.୪ ମିମି ବର୍ଷା ହୋଇଥିବା ମଧ୍ୟ ସୂଚିତ ହୋଇଛି।
ଜିଲ୍ଲା ଜରୁରୀ ଅଧିକାରୀ ସୁବ୍ରତ ସାହୁ ଅନୁସାରେ, ବନ୍ଧୁଗାଁ ବ୍ଲକରେ କେବଳ ୨ ମିମି ବର୍ଷା ରେକର୍ଡ ହୋଇଛି। ଏହି ଅତିରିକ୍ତ ବର୍ଷା ପ୍ରଭାବରେ କୋରାପୁଟ-ସୁନାବେଡ଼ା ରାସ୍ତାର ଗୋପାଳପୁଟ ନିକଟରେ ଥିବା ଯାତ୍ରୀ ପ୍ରତୀକ୍ଷାଲୟ ଭାଙ୍ଗିଯାଇଛି, ଯାହାଫଳରେ ଆସପାସର ଅଞ୍ଚଳରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।




