ଅନ୍ୟାନ୍ୟଓଡ଼ିଶା

Transport Minister assures drivers, drivers' demands will soon become obsolete.

ଭୁବନେଶ୍ୱର ୦୮/ଜୁଲାଇ : ଆନ୍ଦୋଳନ କରୁଥିବା ଡ୍ରାଇଭର ମହାସଂଘ ସହ ମଙ୍ଗଳବାର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଡ୍ରାଇଭରମାନଙ୍କ ଦାବି ମଧ୍ୟରୁ କିଛି ନାର୍ଯ୍ୟ ଦାବି ଅଛି, ଯାହା ଉପରେ ସଂଗଠନ ଓ ସରକାର ମଧ୍ୟରେ ଆଲୋଚନା ହେବ। ରାସ୍ତା ଦୁର୍ଘଟଣା ସମୟରେ ଲୋକଙ୍କ ଆକ୍ରୋଶରେ ଶିକାର ହେଉଥିବା ଡ୍ରାଇଭରଙ୍କ ସୁରକ୍ଷା, ଅଟୋ ଚାଳକଙ୍କୁ ମହାସଂଘରେ ସାମିଲ କରିବା, ଓ ୧୦୦ କିମି ଭିତରେ ବିଶ୍ରାମ ସୁବିଧା ଭଳି ମୁଖ୍ୟ ଦାବି ଉପରେ ବିଚାର କରାଯିବ।ମନ୍ତ୍ରୀ ଏହି ବିଷୟରେ ସ୍ପଷ୍ଟ କରିଛନ୍ତି ଯେ ଆନ୍ଦୋଳନରେ ଥିବା ଡ୍ରାଇଭରମାନେ ସରକାର ବିରୋଧୀ ନୁହେଁ, ସେମାନେ ଦାବି ପାଇଁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଛନ୍ତି ଓ ସରକାରଙ୍କ ସହଯୋଗ କରୁଛନ୍ତି। ଏହି ବୈଠକ ମାଧ୍ୟମରେ ଦୁଇପକ୍ଷ ମଧ୍ୟରେ ଏକ ମଧ୍ୟସ୍ଥ ରାସ୍ତା ବାହାରିବ ବୋଲି ବିଶ୍ୱାସ ବ୍ୟକ୍ତ କରାଯାଇଛି। ଏହା ପୂର୍ବରୁ ପରିବହନ କମିଶନର ଅମିତାଭ ଠାକୁର ମନ୍ତ୍ରୀଙ୍କ କ୍ୱାର୍ଟରକୁ ପହଞ୍ଚି ଅନ୍ତର୍ମୁଖୀ ଆଲୋଚନା କରିଥିବା କୁହାଯାଉଛି। ସରକାର ପକ୍ଷରୁ ମହାସଂଘ ସହ ଲଗାତାର ଆଲୋଚନା ହେଉଥିବାରୁ ଏହାର ସତ୍ବ ଫଳ ଶୀଘ୍ର ମିଳିବ ବୋଲି ଆଶା କରାଯାଉଛି।

Related Articles

Back to top button