ଓଡ଼ିଶା
The situation is not improving, no solution has been found.

ଭୁବନେଶ୍ୱର ୧୦/ଜୁଲାଇ : ସୁଧୁରୁନି ପରିସ୍ଥିତି, ମିଳୁନି ସମାଧାନ । ତିନି ଦିନ ହେଲାଣି ଓଡିଶା ଡ୍ରାଇଭର ସଂଘର ସତ ଦଫା ଦାବି ପୁରାଣ ପାଇଁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରହିଛି । ଯାତ୍ରୀ ମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ହେଲେ ଏ ପର୍ଯନ୍ତ ସେମାନଙ୍କର ଦାବି ପୁରାଣ କରାଯାଇନାହିଁ । ଏ ପଟେ ଡ୍ରାଇଭର ମାନଙ୍କ ଆନ୍ଦୋଳନ ପାଇଁ ଆସିପାରୁନି ତେଲ, ଯାହାଫଳରେ ରାଜ୍ୟରେ ତେଲ ତଥା ପେଟ୍ରୋଲ, ଡିଜେଲର ଅଭାବ ଦେଖା ଯାଉଛି । ରାଜ୍ୟରେ ସବୁ ପେଟ୍ରୋଲ ପମ୍ପରେ ତେଲ ସରଗଲାଣି, କେବଳ କିଛି ପମ୍ପରେ ହିଁ ପେଟ୍ରୋଲ ମିଳୁଛି ଏବଂ ସେଠାରେ କିଛି ସମୟ ମଧ୍ୟରେ ତେଲ ଭରିବା ପାଇଁ ଲୋକଙ୍କ ଭିଡ଼ ଲାଗୁଛି । କେହି କେହି ପାଉଛନ୍ତି ତା ଆଉ କେହି ସେମିତି ହିଁ ଫେରି ଆସୁଛନ୍ତି । ତେବେ ଦେଖିବା ବାକି ରହିବ ସରକାର କେବେ ଡ୍ରାଇଭର ସଂଘର ଦାବି ପୁରାଣ କରିବ ଓ ପରିବହନ ଠାରୁ ଆରମ୍ଭ କରି ତେଲ ସମସ୍ୟାର ସମାଧାନ ହେବ ।