ଓଡ଼ିଶା
The vegetables rate was increased due to......

ଭୁବନେଶ୍ୱର ୧୦/ଜୁଲାଇ : ବଜାରରେ ପରିବା ଦର ଆକାଶ ଛୁଇଁବାରେ ଲାଗିଛି , ଲୋକେ ଦର ଶୁଣି ଡରିଯାଉଛନ୍ତି। ଏପଟେ ଲଗାଣ ବର୍ଷା, ଅନ୍ୟପଟେ ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ ପାଇଁ ପରିବହନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବାରୁ ବଜାରକୁ ଠିକ୍ ସମୟରେ ପରିବା ପହଞ୍ଚିପାରୁନାହିଁ। ଏହାର ପ୍ରଭାବ ସିଧା ସଳଖ ନିମ୍ନ ଓ ମଧ୍ୟମ ବର୍ଗର ଲୋକଙ୍କ ଉପରେ ପଡ଼ୁଛି। ବ୍ରହ୍ମପୁର, ବାଲେଶ୍ବର, ଓ କଟକ ଭଳି ସହରରେ ପରିବା ଦର ବେଶି ଚଢ଼ିଛି ଓ ଲୋକେ ଖାଦ୍ୟ ସାମଗ୍ରୀ କିଣିବାରେ ହନ୍ତସନ୍ତ ହେଉଛନ୍ତି। ଉଦାହରଣସ୍ୱରୂପ, ବାଲେଶ୍ବରରେ ବାଇଗଣ ଓ ଭେଣ୍ଡି ର ଦର ୮୦ ଟଙ୍କା ପ୍ରତି କିଲୋ, ଟମାଟୋ ଓ ଗାଜର ର ୫୦ ଟଙ୍କା ହେଉଛି। ବ୍ରହ୍ମପୁରରେ ବିନ୍ସ ଦର ୧୫୦ ଟଙ୍କା ପ୍ରତି କିଲୋକୁ ଛୁଇଁଛି, ଯାହା ଗତ କିଛି ଦିନ ଧରି ଦେଖାଯାଇନଥିଲା। ଏହି ଦର ଯଦି ଏମିତି ରହିବ, ତେବେ ଶ୍ରାବଣ ମାସରେ ନିମ୍ନ ଆୟ ଲୋକଙ୍କ ପାଇଁ ଦିନକୁ ଦିନ ଖାଇବା ମୁସ୍କିଲ ହେବ। ସରକାର ଓ ବଜାର ବ୍ୟବସ୍ଥାପନା କର୍ତ୍ତୃପକ୍ଷଙ୍କୁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ।