ଓଡ଼ିଶା

ନାବାଳିକାଙ୍କ ଦେହରେ ନିଆଁ ଲଗେଇଲେ ୩ ଦୁର୍ବୁତ୍ତ

 

ପିପିଲି,୧୯ା୭: ସୌମ୍ୟାଶ୍ରୀଙ୍କ ଆତ୍ମଦାହ ମାମଲା ରାଜ୍ୟରେ ଶାନ୍ତ ହୋଇନଥିବା ବେଳେ, ଆଉ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି | ପୁରୀ ଜିଲ୍ଲା ବଳଙ୍ଗା ଥାନା ବାୟାବର ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକାଙ୍କ ଦେହରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ୩ ଜଣ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ତେବେ କେଉଁ କାରଣରୁ ଦୁର୍ବୃତ୍ତମାନେ ନାବାଳିକାଙ୍କ ଦେହରେ ନିଆଁ ଲଗାଇଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।

Related Articles

Back to top button