ଓଡ଼ିଶା

ବନ୍ଧା ହେଲେ କୋଟିପତି DFO

 

ଭୁବନେଶ୍ୱର,୨୨।୭:କେନ୍ଦୁଝର କେନ୍ଦୁପତ୍ର ଡିଭିଜନ DFO ନିତ୍ୟାନନ୍ଦ ନାୟକ ଗିରଫ ହୋଇଛନ୍ତି। ଗିରଫ ପରେ ତାଙ୍କୁ କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି। ୩ ଦିନ ହେବ ନିତ୍ୟାନନ୍ଦଙ୍କ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା ଭିଜିଲାନ୍ସ । ୮ ଲକ୍ଷ ୫୦ ହଜାର ଟଙ୍କା ସହ ସରକାରୀ କ୍ବାର୍ଟର୍ସରୁ ମିଳିଛି ଗୋଟିଏ ବନ୍ଧୁକ ମିଳିଥିଲା। ତାଙ୍କ କ୍ବାର୍ଟର୍ସରୁ ଜବତ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି ।

ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲା କେନ୍ଦୁପତ୍ର ଡିଭିଜନର ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ନିତ୍ୟାନନ୍ଦ ନାୟକଙ୍କ ଘରେ ଭିଜିଲାନ୍ସ ଯେତେ ଯାଞ୍ଚ କରୁଥିଲା ସେତେ ସମ୍ପତ୍ତି ଠାବ ହେଉଥିଲା। ଚଢ଼ାଉବେଳେ ତାଙ୍କର ବହୁ ସମ୍ପତ୍ତି ଠାବ ହୋଇଛି। ଏପରିକି ସମ୍ପତ୍ତି ତାଲିକାରେ ନିତ୍ୟାନନ୍ଦ ଜମି କିଣା ତଥ୍ୟ ଲୁଚାଇଥିଲେ ବୋଲି ଜଣାପଡ଼ିଛି। ନିତ୍ୟାନନ୍ଦଙ୍କୁ ଭିଜିଲାନ୍ସ ଟିମ୍‌ କେନ୍ଦୁଝରସ୍ଥିତ ଫରେଷ୍ଟ କଲୋନୀରେ ଥିବା ସରକାରୀ ବାସଭବନରେ ଯାଞ୍ଚ କରିଥିଲା। କ୍ୱାର୍ଟରରୁ ୮.୫ ଲକ୍ଷ ଟଙ୍କା ଠାବ ହୋଇଛି। ଫଳରେ ମୋଟ ଜବତ ଟଙ୍କାର ପରିମାଣ ୧୦ ଲକ୍ଷରେ ପହଞ୍ଚଥିଲା ।

ନିତ୍ୟାନନ୍ଦ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ୯ଟି ବ୍ୟାଙ୍କ ଆକାଉଣ୍ଟ ଥିବା ଜଣାପଡ଼ିଥିବାବେଳେ ଏସବୁଥିରେ ୫୦ଲକ୍ଷ ଟଙ୍କା ଜମା ରହିଛି। ଏଥିସହ ତାଙ୍କ ପାଖରୁ ଆହୁରି ଜମି ଦସ୍ତାବିଜ୍‌, ବ୍ୟାଙ୍କ ପାସବୁକ୍‌ ଓ ଜୀବନବୀମା ଜମା ଦସ୍ତାବିଜ୍‌ ଆଦି ଠାବ ହୋଇଥିବାବେଳେ ଏସବୁ ସମ୍ପର୍କରେ ଭିଜିଲାନ୍ସ ଟିମ୍‌ ଅଧିକ ଯାଞ୍ଚ ଚଳାଇଛି। ତେବେ ବଡ଼ କଥା ହେଲା, ନିତ୍ୟାନନ୍ଦ ସରକାରଙ୍କୁ ଦେଇଥିବା ସମ୍ପତ୍ତି ତାଲିକାରେ ମାତ୍ର ୧୨ଟି ପ୍ଲଟ ଥିବା ଦର୍ଶାଇଥିବା ବେଳେ ଅନ୍ୟ ପ୍ଲଟ ସମ୍ପର୍କିତ ତଥ୍ୟ ଲୁଚାଇଥିଲେ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ତାଙ୍କ ଅଫିସ ଚାମ୍ବର ଓ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଯାଞ୍ଚ ହୋଇଥିଲା।
ସୂଚନାମୁତାବକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରବିବାର ନିତ୍ୟାନନ୍ଦଙ୍କ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଯାଞ୍ଚବେଳେ ୧୧୫ଟି ପ୍ଲଟ୍‌, ଅନୁଗୋଳ ଟାଉନରେ ୪ମହଲାର ଏକ ଆଲିଶାନ୍‌ କୋଠା, ଘରୁ ୨୦୦ ଗ୍ରାମ ସୁନା ଅଳଙ୍କାର, କାଠ ନିର୍ମିତ ବିଭିନ୍ନ ଆକର୍ଷଣୀୟ କଳାକୃତି ଓ ତୀର, ବନ୍ଧୁକ, ଟାଙ୍ଗିଆ ଆଦି ଜବତ ହୋଇଛି। ଏଥିସହ ୧୫ ଲକ୍ଷ ଟଙ୍କାର ଘରୋଇ ଉପକରଣ ଏବଂ ଦୁଇଟି ଚାରିଚକିଆ ଯାନ ଓ ୪ଟି ଦୁଇଚକିଆ ଯାନ ଠାବ ହୋଇଥିଲା। ମଙ୍ଗଳବାର ଆୟହବିର୍ଭୂତ ସମ୍ପତ୍ତି ଠୁଳ ନେଇ ମାମଲା ରୁଜୁ ହେବ ବୋଲି ସୂଚନା ମିଳିଛି।

Related Articles

Back to top button