BJD will protest in South Odisha for the safety of women: Pradeep Majhi.

ଭୁବନେଶ୍ୱର ୨४/ଜୁଲାଇ : ଓଡ଼ିଶାରେ ବିଜେପି ସରକାର ଗଠନ ହେବା ପରେ ମହିଳା ସୁରକ୍ଷାକୁ ନେଇ ଗଭୀର ଚିନ୍ତା ପ୍ରକାଶ ପାଇଛି। ବିଜେଡି ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି ଯେ ମହିଳା ସୁରକ୍ଷା କ୍ଷେତ୍ରରେ ପୂର୍ବରୁ ଓଡ଼ିଶା ଦେଶରେ ଏକ ଉଦାହରଣ ଥିଲେ ମଧ୍ୟ ଏବେ ପରିସ୍ଥିତି ଓଲଟି ଯାଇଛି। ରାଜ୍ୟରେ ଦିନକୁ ଦିନ ବଳାତ୍କାର, ଆତ୍ମହତ୍ୟା ଏବଂ ମହିଳାଙ୍କ ଉପରେ ଅତ୍ୟାଚାର ଘଟଣା ବୃଦ୍ଧି ପାଉଛି। ମାଲକାନଗିରିରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଦୁଇଥର ବଳାତ୍କାର କରାଯିବା ଘଟଣା ସମ୍ପର୍କରେ ସେ କହିଛନ୍ତି ଯେ ଏହା ଡବଲ ଇଞ୍ଜିନ ସରକାରରେ ଡବଲ ବଳାତ୍କାରର ଏକ ଉଦାହରଣ। ବଳାତ୍କାର ପରେ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଏବଂ ନ୍ୟାୟ ନ ପାଇବାରୁ ପୀଡିତା ବିଷ ପିଇ ଆତ୍ମହତ୍ୟା କରିବା ଘଟଣା ଦୁଃଖଦ ଏବଂ ହୃଦୟବିଦାରକ। ଏହି ଘଟଣା ଉପରେ ବିଜେଡି ନିଜର ମାନବିକ ଏବଂ ରାଜନୈତିକ କ୍ଷୋଭ ପ୍ରକାଶ କରିଛି। ମହିଳାଙ୍କ ସୁରକ୍ଷା ପାଇଁ ଦକ୍ଷିଣ ଓଡ଼ିଶାରେ ବିଜେଡି ପ୍ରତିବାଦ କରିବ ବୋଲି ପ୍ରଦୀପ ମାଝୀ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ରାଜ୍ୟର ଅନୁସୂଚିତ ଜନଜାତି ବିଭାଗ ମନ୍ତ୍ରୀଙ୍କ ନୀରବତା ମଧ୍ୟ ଉଲ୍ଲେଖ କରାଯାଇଛି। ଶୁକ୍ରବାର, ବିଜେଡି ତଥ୍ୟ ଅନୁସନ୍ଧାନକାରୀ ଦଳ ମାଲକାନଗିରି ଯାଇ ପୀଡିତାଙ୍କ ପରିବାରକୁ ଭେଟି ହସ୍ପିଟାଲ ପରିଦର୍ଶନ କରି ସୂଚନା ସଂଗ୍ରହ କରିବ। ୨୬ ତାରିଖରେ ଡ଼ିଆଇଆରଜି କାର୍ଯ୍ୟାଳୟ ଘେରାଉ ସହିତ ଏହି ଅଭିଯାନ ଜନମତ ଗଠନ ଦିଗରେ ଆଗକୁ ବଢ଼ିବ।