ମୌସୁମୀ

Red alert for four districts for the next 24 hours, heavy rains expected.

ଭୁବନେଶ୍ୱର ୨४/ଜୁଲାଇ : ଉତ୍ତର ଓଡ଼ିଶାରେ ପୁଣିଥରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ଆଗାମୀ ୨୪ ଘଣ୍ଟା ପାଇଁ ରେଡ଼ ଆଲର୍ଟ ଘୋଷଣା କରାଯାଇଛି। ଏହି ଅଞ୍ଚଳଗୁଡ଼ିକରେ ଅତିପ୍ରବଳ ବର୍ଷା ସହ ବ୍ରଜପାତ ହେବାର ଆଶଙ୍କା ରହିଛି। ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସକ୍ରିୟ ଥିବା ସହିତ ଏହା ଆହୁରି ଘନୀଭୂତ ହୋଇ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳକୁ ଅସର କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାଯାଇଛି। ଏହି ବର୍ଷାର ପ୍ରଭାବ ଅନ୍ୟାନ୍ୟ ଜିଲ୍ଲା ଉପରେ ମଧ୍ୟ ପଡ଼ିପାରେ ବୋଲି ଦେଖାଯାଉଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଦେଓଗଡ଼, କୋରାପୁଟ, ମାଲକାନଗିରି, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ମିଳିଛି ଯେ ଲୋକମାନେ ଏହି ସମୟରେ ଜରୁରୀ ପ୍ରୟୋଜନ ବ୍ୟତୀତ ବାହାରକୁ ନ ଯାଆନ୍ତୁ ଓ ସତର୍କ ରୁହନ୍ତୁ।

Related Articles

Back to top button