ଓଡ଼ିଶା

ଭିଜିଲାନ୍ସ ଜାଲରେ MVI ଗୋପାଳ ଚନ୍ଦ୍ର ହାଁସଦା

ବୌଦ୍ଧ;୦୫|୦୮|୨୦୨୫: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ବୌଦ୍ଧ ଜିଲ୍ଲା ପରିବହନ କାର୍ଯ୍ୟାଳୟ ରେ କାର୍ଯ୍ୟରତ MVI ଗୋପାଳ ଚନ୍ଦ୍ର ହାଁସଦା ଏବେ। ଭିଜିଲାନ୍ସ ଜାଲରେ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲନ୍ସ ପକ୍ଷରୁ ରେଡ କରାଯାଉଥିବା ବେଳେ ଏକ କାଳୀନ ୬ ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍। ବୌଦ୍ଧ ପରିବହନ କାର୍ଯ୍ୟାଳୟ ର ଚେମ୍ବର୍, ବୌଦ୍ଧ ସହର ରାମେଶ୍ବର ବିହାର ସ୍ଥିତ ଭଡ଼ା ଘରେ ଚଢ଼ାଉ ଜାରି ରହିଥିବା ବେଳେ ତାଙ୍କ ନିଜସ୍ଵ ବାସଭବନ ବାରିପଦା ର ପ୍ରଫୁଲ୍ଲ ନଗର, ପୈତୃକ ବାସଭବନ ମୟୂରଭଞ୍ଜ ଗୁଡ଼ିଡିହା, ଭୁବନେଶ୍ୱର ରେ ତାଙ୍କ ଝିଅ ର ଭଡ଼ା ଘର ଏବଂ ବାରିପଦା ବାଗଡିହା ଠାରେ ତାଙ୍କ ନିକଟତମ ବ୍ୟକ୍ତି ଙ୍କ ଘରେ ରେଡ ଜାରି ରଖିଛି ଭିଜିଲାନ୍ସ ଟିମ୍ । ତେବେ ବୌଦ୍ଧ ଠାରେ ରେଡ ସମୟରେ ନଗଦ ଏକ ଲକ୍ଷ୍ 46 ହଜାର , ତିତୋଟି ମୋବାଇଲ୍ ଫୋନ୍, ଚାରିଗୋଟି ATM କାର୍ଡ ଏହା ସହିତ ଗୁରୁତ୍ୟୁପୂର୍ଣ୍ଣ କାଗଜ ପତ୍ର ଜବତ କରିଛି ଭିଜିଲାନ୍ସ | ତେବେ ଏହି ଚଢାଉ ରେ ୪ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ସାମିଲ ହୋଇଛନ୍ତି । ବୌଦ୍ଧରେ DI ଙ୍କ ନେତୃତ୍ଵ ରେ ଟିମ୍ ଚଢ଼ାଉ କରିଛି |

Related Articles

Back to top button