ଓଡ଼ିଶାରାଜନୀତି

ଟାଟା ପାୱାରର ମାଡ଼ରେ ଉପଭୋକ୍ତା ହନ୍ତସନ୍ତ

ଟାଟା ପାୱାର ପାଖରେ ବନ୍ଧା ପଡିଛି ମୋହନ ସରକାର : କାନୁନଗୋ

ଭୁବନେଶ୍ୱର, ତା ୧୪/୮/୨୫ :- ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଓଡ଼ିଶାରେ ବିଦ୍ୟୁତ ବିତରଣ ଦାୟିତ୍ୱ ନେଇଥିବା କମ୍ପାନୀ ଟାଟା ପାୱାର ଏବଂ ରାଜ୍ୟ ବିଜେପି ସରକାରଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକା ଯୋଗୁଁ ରାଜ୍ୟର ସମସ୍ତ ବିଦ୍ୟୁତ ଉପଭୋକ୍ତା ନାହିଁ ନଥିବା ଶୋଷଣର ଶିକାର ହେଉଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି ।

ସମସ୍ତ ବିଦ୍ୟୁତ ଉପଭୋକ୍ତାଙ୍କୁ ନିରବିଛିନ୍ନ ବିଦ୍ୟୁତ ଯୋଗାଣ ବିତରଣ କମ୍ପାନୀ ଟାଟା ପାୱାରର ମୁଖ୍ୟ ଦାଇତ୍ୱ ହୋଇଥିବା ବେଳେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଜନ ଜୀବନକୁ ଦୁର୍ବିସହ କରୁଛି ।

Related Articles

Back to top button