Today, 1.4 billion Indians are wearing the tricolor: Prime Minister Narendra Modi

ନୂଆଦିଲ୍ଲୀ ୧୫/ଅଗଷ୍ଟ : ଲାଲକିଲ୍ଲାର ପ୍ରାଚୀରରୁ ଏବେ ପ୍ରତିବର୍ଷ ଭଳି ତ୍ରିରଙ୍ଗା ଉତ୍ତୋଳନ କରି ଦେଶକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୭୯ତମ ସ୍ୱାଧୀନତା ଦିବସ ଅବସରରେ ତାଙ୍କ ଏହି ଅଭିଭାଷଣ ଦେଶର ପ୍ରତ୍ୟେକ ନାଗରିକର ହୃଦୟକୁ ସ୍ପର୍ଶ କରିଥିଲା। ସେ କହିଛନ୍ତି, “ଆଜି ୧୪୦ କୋଟି ଭାରତବାସୀ ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ। ଏହି ଦୃଶ୍ୟ ଏମିତି ଜାଣାପଡ଼ୁଛି ଯେ, ସମଗ୍ର ଦେଶ ଗର୍ବ ଓ ଗୌରବରେ ଭରିଯାଇଛି।” ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଭାରତର ବିଭିନ୍ନ ଭୂଗୋଳିକ ଅଞ୍ଚଳ ମରୁଭୂମି, ହିମାଳୟ, ସମୁଦ୍ର କୂଳ ଓ ଜନବହୁଳ ଅଞ୍ଚଳରେ ଥିବା ଲୋକଙ୍କ ସାମୁହିକ ଭାବନାକୁ ଉଲ୍ଲେଖ କରି, ଏକ ଏକତାର ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ ଦେଶର ପ୍ରତ୍ୟେକ କୋଣରୁ ଏକ ଅଦ୍ଭୁତ ପ୍ରତିଧ୍ୱନି ଶୁଣାଯାଉଛି “ମାତୃଭୂମିର ପ୍ରଶଂସା”, ଯାହା ଆମ ପାଇଁ ଜୀବନଠାରୁ ମଧ୍ୟ ପ୍ରିୟ। ମୋଦିଙ୍କ ଏହି ଉଦ୍ବୋଧନ ଦେଶବାସୀଙ୍କ ମନେ ଏକ ନୂଆ ଉତ୍ସାହ, ଏକ ଦୃଢ଼ ରାଷ୍ଟ୍ରପ୍ରେମ ଓ ଏକତାର ସୂତ୍ର ବୁନିଛି। ସ୍ୱାଧୀନତା ଦିବସର ଏହି ପାବନ ଅବସର ଉପଲକ୍ଷେରେ ଦେଶବାସୀଙ୍କ ମଧ୍ୟରେ ଉତ୍ସବ ଓ ଭାରତୀୟତାର ଗର୍ବ ଦୃଢ଼ ହୋଇପଡ଼ିଛି। ଏହା ଭାରତର ଏକତା ଓ ଅଗ୍ରଗତିକୁ ପ୍ରତିବିମ୍ବିତ କରିଥାଏ।