ଓଡ଼ିଶାଶିକ୍ଷାସ୍ୱାସ୍ଥ୍ୟ

ବଲାଙ୍ଗୀରରେ ମାଆ ହେଲେ +3 ଛାତ୍ରୀ

ଭୁବନେଶ୍ୱର ;  ବଲାଙ୍ଗୀରରେ ମାଆ ହୋଇଛନ୍ତି +3 ଛାତ୍ରୀ । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛାତ୍ରୀ ନିବାସର ଅନ୍ତେବାସୀ ଛାତ୍ରୀ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଗତକାଲି ରାତିରେ ଯନ୍ତ୍ରଣା ହେବାରୁ ହଷ୍ଟେଲ କର୍ତ୍ତୃପକ୍ଷ ବଲାଙ୍ଗୀର ମେଡିକାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଭର୍ତ୍ତି କରିଥିଲେ । ମେଡିକାଲରେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଛାତ୍ରୀ ଜଣଙ୍କ । ଏହାକୁ ନେଇ ବଲାଙ୍ଗୀରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

ପୁରୁଷ ବନ୍ଧୁ ଗର୍ଭବତୀ କରିଥିବା ନେଇ ଛାତ୍ରୀ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ଅବଗତ କରିଥିବା ଜଣାପଡିଛି । ଖବର ପାଇ ଛାତ୍ରୀର ପରିବାର ଲୋକେ  ମେଡିକାଲରେ ପହଞ୍ଚିଛନ୍ତି । ଗର୍ଭବତୀ ଅବସ୍ଥାରେ ଛାତ୍ରୀ ଜଣଙ୍କ ରହୁଥିଲେ ମଧ୍ୟ କେମିତି ହଷ୍ଟେଲ ୱାର୍ଡେନ ଜାଣି ପାରିଲେ ନାହିଁ ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଗୋଟିଏ ଟିମ ଗଠନ କରି ତଦନ୍ତ ଚଳାଇଛନ୍ତି । ଏବେ ଏହି ଘଟଣା ପୁଣି ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି ।

Related Articles

Back to top button