ଭୁବନେଶ୍ୱର; ସମସ୍ତ ପଦୋନ୍ନତିପ୍ରାପ୍ତ ଏବଂ ବଦଳି ହୋଇଥିବା ଅଧିକାରୀମାନେ ବିଳମ୍ବ ନକରି ନିଯୁକ୍ତ ସ୍ଥାନରେ ଯୋଗଦିଅନ୍ତୁ । କୌଣସି ପରିସ୍ଥିତିରେ ସରକାରୀ ନିର୍ଦ୍ଦେଶର କାର୍ଯ୍ୟକାରିତାକୁ ସ୍ଥଗିତ ରଖାଯିବ ନାହିଁ। ନିର୍ଦ୍ଦେଶ ନମାନିଲେ ଦରମା ବନ୍ଦ କରାଯିବ। ଏପରି କହିଛନ୍ତି କୃଷି ସଚିବ ଡ. ଅରବିନ୍ଦ ପାଢୀ ।
୨୦୨୫ ଅଗଷ୍ଟ ୩୧ ସୁଦ୍ଧା ନିଯୁକ୍ତ ସ୍ଥାନରେ ଯୋଗଦେବାରେ ବିଫଳ ହେଉଥିବା ଯେକୌଣସି ଅଧିକାରୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାୟୀ ରହିବେ । ଏପରି ଅଧିକାରୀମାନଙ୍କର ଦରମା ଆସନ୍ତା ସେପ୍ଟେମ୍ବରରୁ ବନ୍ଦ କରାଯିବ। ପୋଷ୍ଟିଂ ଆଦେଶର ପରିବର୍ତ୍ତନ ପାଇଁ ଅନୈତିକ ବାହ୍ୟ ପ୍ରଭାବ ଆଣିବାର ପ୍ରୟାସ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତେଇ ଦିଆଯାଇଛି । ତୃଣମୂଳ ସ୍ତରରେ ଲୋକଙ୍କ ଅସୁବିଧାକୁ ସମାଧାନ କରିବାକୁ ଗୁରୁତ୍ୱ ଦିଆଯାଇ ଏପରି ନିଷ୍ପତ୍ତି ନିଆଯାଇଛି ।