ଓଡ଼ିଶାଶିକ୍ଷା

ସ୍ବତନ୍ତ୍ର OTET ପରୀକ୍ଷା ପୁଣି ସ୍ଥଗିତ

ଭୁବନେଶ୍ୱର – ସ୍ବତନ୍ତ୍ର ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ – OTET ପୁଣି ସ୍ଥଗିତ ରଖାଯାଇଛି । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଖୁବଶୀଘ୍ର ନୂଆ ତାରିଖ ‌ଘୋଷଣା କରାଯିବ । ଅନିବାର୍ଯ୍ୟ କାରଣରୁ ଏହି ପରୀକ୍ଷା ସ୍ଥଗିତ କରାଯାଇଥିବା ଦର୍ଶାଯାଇଛି । ଗତ ଜୁଲାଇ ୨୦ରେ ସ୍ବତନ୍ତ୍ର OTET ପରୀକ୍ଷା ହେବାରଥିଲା । ପେପର-୧ ଓ ପେପର-୨ ପାଇଁ ୭୫ ହଜାର ଶିକ୍ଷକ ପରୀକ୍ଷା ଦେଇଥାନ୍ତେ।

ପରୀକ୍ଷା ଦେବା ପାଇଁ ପ୍ରାର୍ଥୀମାନେ ସେମାନଙ୍କର ପରୀକ୍ଷା କେନ୍ଦ୍ରରେ ପହଞ୍ଚି ସାରିଥିଲେ । ହଠାତ ସକାଳୁ ସକାଳୁ ପରୀକ୍ଷା ସ୍ଥଗିତ ରଖାଯାଇଥିଲା । ଫଳରେ ପରୀକ୍ଷାର୍ଥୀମାନେ ନିରାଶ ହୋଇଥିଲେ। ଏହି ଦୁଇଟି ପେପରର ହାତଲେଖା ପ୍ରଶ୍ନ ଓ ତାହାର ଉତ୍ତର ସୋସିଆଲ ମିଡିଆରେ ପ୍ରଘଟ ହୋଇଥିବା ଅଭିଯୋଗ ହୋଇଥିଲା । ଏହା ପରେ ବୋର୍ଡ ପକ୍ଷରୁ ପରୀକ୍ଷା ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ଗତ ୧ ତାରିଖରେ ବୋର୍ଡ ପକ୍ଷରୁ କୁହାଯାଇଥିଲା ଯେ, ଆସନ୍ତା ୩୧ ତାରିଖ ଦିନ ସ୍ପେଶାଲ OTET ପରୀକ୍ଷା ଦୁଇଟି ସିଟିଂରେ କରାଯିବ। ପ୍ରଥମ ସିଟିଂରେ ସକାଳ ୯ଟାରୁ ସାଢେ ୧୧ଟା ଯାଏ ପେପର୍‌-୧ ଏବଂ ପୂର୍ବାହ୍ନ ୨ଟାରୁ ସାଢେ ୪ଟା ଯାଏ ପେପର୍‌-୨ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା । ଅଗଷ୍ଟ ୨୨ରୁ ୱେବସାଇଟ୍‌ରେ ପରୀକ୍ଷାର୍ଥୀ ନିଜ ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ । କିନ୍ତୁ ଏଥର ବି ପରୀକ୍ଷା ହୋଇପାରିନାହିଁ । ଯେଉଁଥିପାଇଁ ଶିକ୍ଷକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Related Articles

Back to top button