Uncategorizedଓଡ଼ିଶାମୌସୁମୀ
ଖୋଲିବ ହୀରାକୁଦ ଗେଟ

ଭୁବନେଶ୍ୱର, ହୀରାକୁଦ ଜଳ ଭଣ୍ଡାରର ଗେଟ୍ ଆଜି ପୁଣି ଖୋଲିବ । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୦. ୧୦ ଫୁଟ୍।୨୪ ଘଣ୍ଟାରେ ଜଳସ୍ତର ୩ଫୁଟ୍ ବଢ଼ିଲାଣି ।ପ୍ରବେଶ କରୁଛି ୨ ଲକ୍ଷ ୪୩ ହଜାର ୮୩୧ କ୍ୟୁସେକ୍ ଜଳ ।ନିଷ୍କାସିତ ହେଉଛି ୩୬ ହଜାର ୬୫୪ କ୍ୟୁସେକ୍ ଜଳ ଲଗାଣ ବର୍ଷା ପାଇଁ ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର ।
ବଢ଼ୁଥିବା ଜଳସ୍ତରକୁ ଦୃଷ୍ଟିରେ ରଖି ଗେଟ୍ ଖୋଲିବାକୁ ହୋଇଛି ନିଷ୍ପତି ।ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ଜଳଭଣ୍ଡାରର ମୁଖ୍ୟଯନ୍ତ୍ରୀ ।ମହାନଦୀ ଭିତରେ ନଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାର ଫୁଲୁଥିବା ସୂଚନା ରହିଛି ।
ଏହା ସହ ସତର୍କ ସୂଚନା ଜାରି କରିଛନ୍ତି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ।