Breaking NewsUncategorizedକ୍ରୀଡ଼ା
ରୋହିତ ଆଉ ବିରାଟ ନେବେନି ଅବସର !

ଭୁବନେଶ୍ୱର, BCCI ଦେଲା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ସନ୍ନାସ ନେବେନି ରନ୍ ମେସିନ୍ ବିରାଟ କୋହଲି ଏବଂ ରୋହିତ ଶର୍ମା।ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)୨୦୨୫ ରେ, ଭାରତୀୟ ଦଳର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ନେଇ, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ।
ଏହି ଦୁଇ ଖେଳାଳିଙ୍କ ODI ରୁ ମଧ୍ୟ ଅବସର ନେବାର ଖବର ଆସୁଛି, କିନ୍ତୁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଏ ବିଷୟରେ ନିଜର ନୀରବତା ଭାଙ୍ଗିଛି।
ରାଜୀବ ଶୁକ୍ଳା ଏକ ଟକ୍ ଶୋ’ରେ ସୂଚନା ଦେଇ ,ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଦିନିକିଆ କ୍ରିକେଟରୁ ଅବସର ଏକ ଗୁଜବ ବୋଲି କହିଥିଲେ।