Uncategorizedଓଡ଼ିଶାମୌସୁମୀ

ଆଜିଠାରୁ ଅସମ୍ଭାଳ ବର୍ଷ।

ଭୁବନେଶ୍ୱର,   ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ, ଲଘୁଚାପ କ୍ଷେତ୍ର ପ୍ରଭାବରେ, ଆଗାମୀ କିଛି ଦିନ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଲଘୁଚାପ କ୍ଷେତ୍ର ପ୍ରଭାବରେ ୨୫ରୁ ୨୮ ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା  ହେବାର ସମ୍ଭାବନା ରହିଛି ।ଆସନ୍ତା ୪୮ ଘଣ୍ଟାରେ ଘନୀଭୂତି ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।  କେବଳ ବର୍ଷା ନୁହେଁ, ଘଡ଼ଘଡ଼ି ସାଙ୍ଗକୁ ପବନ ବୋହିବାର ମଧ୍ୟ ସମ୍ଭାବନା  ମଧ୍ୟ ରହିଛି ।

ପ୍ରାୟ ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଏବଂ ୩୦ରୁ ୪୦ କିମି ପବନ  ବହିବାର ପୂର୍ବାନୁମାନ କରାଯାଇଛି । ତେବେ ବର୍ଷା, ପବନକୁ ଦୃଷ୍ଟିରେ ରଖି ମତ୍ସଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଅରେଞ୍ଜ୍‌ ଓ ୟେଲୋ ୱାର୍ଣ୍ଣିଂ ଥିବା ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

କିଛି ସ୍ଥାନରେ ଭାରୀ ବର୍ଷାର ଆଶଙ୍କା ରହିଛି । ୨୫ ଏବଂ ୨୬ତା ରିଖରେ ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ୨୭  ତାରିଖରେ ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରିଛି  ପାଣିପାଗ କେନ୍ଦ୍ର ।

Related Articles

Back to top button