ଅନ୍ତର୍ଜାତୀୟରାଜନୀତି
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ଖୁଲାସା କରିଛନ୍ତି।

ଭୁବନେଶ୍ୱର , ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ଖୁଲାସା କରିଛନ୍ତି। ସେ ମିଡିଆ ସହ କଥା ହେଲା ବେଳେ କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଥିଲେ। ଦୁହିଁଙ୍କ ମଧ୍ୟରେ ପାକିସ୍ତାନ ସହ ବିବାଦ, ଟାରିଫ ଏବଂ ଟ୍ରେଡ୍ ଡିଲକୁ ନେଇ ଆଲୋଚନା ହୋଇଥିଲା।
ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ସେ ଭାରତର ପ୍ରଧାନମନ୍ତ୍ରୀ, ମୋଦୀଙ୍କ ସହ କଥା ହୋଇ କହିଥିଲେ ଯେ, ମୁଁ ଜଣେ ଶାନଦାର ବ୍ୟକ୍ତିଙ୍କ ସହ କଥା ହେଉଛି। ସେ ପଚାରିଥିଲେ ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ କଣ ଚାଲିଛି।
ପାକିସ୍ତାନ ସହ ଟ୍ରେଡ୍ ଡିଲ ଏବଂ ଯୁଦ୍ଧକୁ ନେଇ କଥା ହେଉଛି। ଦୁହିଁଙ୍କ ମଧ୍ୟରେ ଘୃଣାଭାବ ଥିଲା, ଯାହା ବହୁ ଦିନରୁ ଚାଲିଆସୁଛି। ଏହି ଘୃଣା ପାଇଁ ଏମାନଙ୍କ ମଧ୍ୟରେ କେବେ ବିବାଦ ଶେହ ହେବନି ବୋଲି ଟ୍ରମ୍ପ କହିଥିଲେ।ରାଷ୍ଟ୍ରପତି ଟ୍ରମ୍ପ ଆହୁରି କହିଛନ୍ତି ଯେ, ମୁଁ ପିଏମ ମୋଦୀଙ୍କୁ କହିଥିଲି ଯେ, ଆପଣଙ୍କ ସହ କୌଣସି ଟ୍ରେଡ ଡିଲ କରିବାକୁ ଚାହୁଁନି। ହେଲେ ଆପଣ ଦୁହେଁ ପରମାଣୁ ଯୁଦ୍ଧରୁ ବାହାରିଯିବା ଉଚିତ।