Breaking Newsଜାତୀୟରାଜନୀତି

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଚିନ୍ତାଧାରା

 ଭୁବନେଶ୍ୱର , ଦେଶର ପ୍ରଥମ ‘ମେଡ୍ ଇନ୍ ଇଣ୍ଡିଆ’ ଚିପ୍ ଭାରତ ସେମିକନ୍ ଇଣ୍ଡିଆ ୨୦୨୫ରେ ୩୨-ବିଟ୍ ମାଇକ୍ରୋପ୍ରୋସେସର ଲଞ୍ଚ କରାଯାଇଛି। ଏହା ଭାରତରେ ନିର୍ମିତ ପ୍ରଥମ ସ୍ୱଦେଶୀ ଚିପ୍। ଏହି ଚିପ୍‌ର ନାମ ବିକ୍ରମ। ଏହି ଚିପ୍ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଲଞ୍ଚ କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ଥିଲେ।

ଅଶ୍ଶ୍ୱନୀ  ବୈଷ୍ଣବ  କହିଥିଲେ ଯେ, ଏହା ଯେକୌଣସି ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଆଜି ଭାରତ ଏହି ସଫଳତା ହାସଲ କରିଛି। ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଚିନ୍ତାଧାରା, ଦୃଢ଼ ଇଚ୍ଛାଶକ୍ତି ଏବଂ ନିର୍ଣ୍ଣାୟକ କାର୍ଯ୍ୟ ଦ୍ୱାରା ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ସମ୍ଭବ ହୋଇପାରିଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଚିନ୍ତାଧାରା ଯୋଗୁଁ ଭାରତ ସେମିକଣ୍ଡକ୍ଟର ମିଶନ ଆରମ୍ଭ କରିଛି ଏବଂ ମାତ୍ର ସାଢ଼େ ତିନି ବର୍ଷ ମଧ୍ୟରେ ବିଶ୍ୱ ସ୍ତରରେ ଭାରତ ପ୍ରତି ବିଶ୍ୱାସ ବୃଦ୍ଧି ପାଇଛି।ଗତ ଦଶନ୍ଧିରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଛଅ ଗୁଣା ବୃଦ୍ଧି ପାଇଛି ଏବଂ ଆଠ ଗୁଣା ରପ୍ତାନି ହୋଇଛି। ଉଲ୍ଲେଖନୀୟ ଯେ, ‘ବିକ୍ରମ’ ପ୍ରୋସେସର ଭାରତର ସେମିକଣ୍ଡକ୍ଟର ମହତ୍ବାକାଂକ୍ଷାର ଆରମ୍ଭ ମାତ୍ର। ବାଷ୍ଟିଅନ୍ ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ, ବିଶ୍ୱର ପ୍ରାୟ ୨୦% ଚିପ୍ ଡିଜାଇନ୍ ଇଞ୍ଜିନିୟର ଭାରତରେ  କାର୍ଯ୍ୟକରୁଛନ୍ତି, ଯାହା ଭାରତକୁ ବିଶ୍ୱ ସେମିକଣ୍ଡକ୍ଟର ଡିଜାଇନ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର କରିଛି।

Related Articles

Back to top button