Breaking Newsନିର୍ବାଚନରାଜନୀତି

ବିଜେଡ଼ି ଛାଡି଼ କଂଗ୍ରେସର ହାତ ଧରିବେ କି ଭୂପିନ୍ଦର !

ଭୁବନେଶ୍ୱର , ଭୂପିନ୍ଦର ସିଂ ଦେଇଛନ୍ତି ବଡ଼ ବୟାନ ।ଭୂପିନ୍ଦର କହିଛନ୍ତି ଯେ ତାଙ୍କ ପାଇଁ ଲୋକେ ହିଁ ଶ୍ରେଷ୍ଠ ଦଳ । ବିଜେଡ଼ି ଛାଡି଼ କଂଗ୍ରେସର ହାତ ଧରିବେ କି ଭୂପିନ୍ଦର ସିଂ !ଯାହା ରାଜ୍ୟ ରାଜନୀତିକୁ ଏବେ ସରଗରମ କରିଛି  । ତାଙ୍କର ବୟାନ ଏବେ ସେ ଶଙ୍ଖ ଛାଡ଼ି ହାତ ଆଡ଼କୁ ଇଙ୍ଗିତ କରୁଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

କଂଗ୍ରେସ ଦେଶ ତଥା ରାଜ୍ୟରେ ଭଲ ପ୍ରଦର୍ଶନ କରି ସମସ୍ତଙ୍କର ପ୍ରିୟଭାଜନ ହୋଇଛି । ତାହାସହ ବିଜେଡିର ଷ୍ଟାଣ୍ଡ ସଂସଦରେ କ୍ଲିୟର ନାହିଁ ବୋଲି ସେ ସିଧାସଳଖ କହିଛନ୍ତି । ଲୋକେ ବିରେଧୀ ଦଳଠୁ ଯାହା  ଆଶା କରୁଛନ୍ତି ତାହା ପାଉ ନାହାନ୍ତି । ଏହାବାଦ ବିଜେଡ଼ି ଓ ବିଜେପି ମଧ୍ଯରେ କିଛି ପ୍ରଭେଦ ନାହିଁ ବୋଲି ମଧ୍ଯ ଜଣାଇଛନ୍ତି ଭୂପିନ୍ଦର । ଫଳରେ ଲୋକେ କଂଗ୍ରେସକୁ  ଅଧିକ ଭଲ ପାଉଛନ୍ତି ଓ ଦେଶ ତଥା ରାଜ୍ୟରେ ତାହାର ସ୍ଥିତି ଓ ପ୍ରଭାବ ବଢ଼ିବାରେ ଲାଗିଛି ।

ସେ ଯେଉଁ ଚିହ୍ନରେ ନିର୍ବାଚନରେ ଠିଆ ହେଲେ ବି ଲୋକେ ଭୋଟ ଦେବେ ବୋଲି କହିଛନ୍ତି ଏହି ବିଜେଡ଼ି ନେତା । ଲୋକେ ହିଁ ତାଙ୍କର ଭବିଷ୍ୟତ ନିର୍ଦ୍ଧାରଣ କରିବେ ବୋଲି ମଧ୍ଯ ଭୂପିନ୍ଦର ସିଧାସଳଖ କହି ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଛନ୍ତି ।

Related Articles

Back to top button