
ଭୁବନେଶ୍ୱର , ରାଜଧାନୀରେ ଜଳପ୍ରଳୟ। ଯମୁନାନଦୀର ପାଣିରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ। ଜଳବନ୍ଦୀ ଭିତରେ କଟୁଛି ଦିନ। ହଜାର ହଜାର ଲୋକ ବାସହୀନ। ୨୦୭ ଟପିଲା ଯମୁନା ନଦୀର ଜଳସ୍ତର। ଦିଲ୍ଲୀ ସଚିବାଳୟ ପର୍ଯ୍ୟନ୍ତ ପହଞ୍ଚିଲା ଯମୁନା ପାଣି। ସଚିବାଳୟକୁ ଯିବା ଗୋଟିଏ ରାସ୍ତା ବନ୍ଦ କଲା ପ୍ରଶାସନ। ଯମୁନା ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଦେଶର ରାଜଧାନୀ ଦିଲ୍ଲୀର କିଛି ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।
ବନ୍ୟା ଯୋଗୁଁ ହଜାର ହଜାର ଲୋକ ବାସହୀନ ହୋଇପଡ଼ିଛନ୍ତି। ଏବେ ସହରର ଭିତର ଅଂଶରେ ଜଳବନ୍ଦୀର ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି। ହାଥିନିକୁଣ୍ଡ ବ୍ୟାରେଜରୁ ପାଣି ଛାଡି ଦିଲ୍ଲୀ ଆସିବା ଦେଖି ସ୍ପଷ୍ଟ ହେଉଛି ଯେ ପାଣି ଶୀଘ୍ର କମିବ ନାହିଁ।
ବିଳମ୍ବିତ ରାତିରେ ଯମୁନାର ଜଳସ୍ତର ୨୦୭.୪୦ ମିଟରରେ ପହଞ୍ଚିଥିଲା। କେନ୍ଦ୍ରୀୟ ଜଳ ଆୟୋଗ ସୂଚନା ଜାରି କରିଛି ଯେ ଦିଲ୍ଲୀରେ ଜଳ ଆହୁରି ବଢ଼ିପାରେ।
ଦିଲ୍ଲୀରେ ଯମୁନାର ଜଳସ୍ତର ୨୦୮ ମିଟରରେ ପହଞ୍ଚିପାରେ। ଯଦି ଏହା ହୁଏ, ତେବେ ୨୦୨୩ ର ବନ୍ୟା ପରି, ଆଉଟର ରିଙ୍ଗ ରୋଡ ଏବଂ କାଶ୍ମୀର ଗେଟ ଆଇଏସବିଟିରେ ପାଣି ପହଞ୍ଚିବାର ସମ୍ଭାବନା ରହିଛି। ଏହା କେବଳ ଦିଲ୍ଲୀରେ ଯାତାୟାତ ବାଧାପ୍ରାପ୍ତ କରିପାରେ ନାହିଁ ବରଂ ବଡ଼ ପରିମାଣରେ ଜୀବନ ପ୍ରଭାବିତ ହେବାର ଆଶଙ୍କା ମଧ୍ୟ ରହିଛି।