
ଭୁବନେଶ୍ୱର, ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ଗୁରୁତ୍ବପୂର୍ଣ୍ଣ ମାନ୍ୟତା ଦିଆଯାଏ । ୨୦୨୨ ବର୍ଷ ପରେ,ଆଜି ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ । ଚଳିତ ବର୍ଷର ଏହା ଶେଷ ଚନ୍ଦ୍ରଗ୍ରହଣ । ଭାଦ୍ରବ ଶୁକ୍ଲପକ୍ଷ ପୂର୍ଣ୍ଣିମାରେ ପଡୁଛି ଏହି ଚନ୍ଦ୍ରଗ୍ରହଣ । ରାତିରେ ଆକାଶରେ ସଂଘଟିତ ହେବ ମହାଜାଗତିକ ଦୃଶ୍ୟ । ରାତି ୯ଟା ୫୮ରେ ଗ୍ରହଣ ସ୍ପର୍ଶ କରିବ ଓ ରାତି ୧ଟା ୨୮ ମିନିଟରେ ଗ୍ରହଣ ଶେଷ ହେବ । ପ୍ରାୟ ୩ ଘଣ୍ଟା ୨୮ ମିନିଟ ପର୍ଯ୍ୟନ୍ତ ଚାଲିବ ଚନ୍ଦ୍ରଗ୍ରହଣ ।ଅନ୍ୟପଟେ ପୂର୍ଣ୍ଣିମାରେ ମଧ୍ୟ ପିତୃପକ୍ଷ ଆରମ୍ଭ ହେଉଛି ।
ମଧ୍ୟାହ୍ନ ୧୨ଟା ୫୭ ମିନିଟ ୨୨ ସେକେଣ୍ଡରୁ ଆନ୍ନଭୋଜନ, ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଛି । ଆଜିଠୁ ପିତୃଶ୍ରାଦ୍ଧ ଆରମ୍ଭ ହେଉଥିବାରୁ ଗ୍ରହଣ ସ୍ପର୍ଶ ପୂର୍ବରୁ ଶ୍ରାଦ୍ଧ ଓ ଦେବନୀତି ସମ୍ପନ୍ନ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଗର୍ଭବତୀ, ଶିଶୁ ସତର୍କ ରହିବାକୁ କୁହାଯାଇଛି । ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହୋଇ ରାତି ୧ଟା ୨୭ ମିନିଟ ୧୭ ସେକେଣ୍ଡରେ ସର୍ବମୋକ୍ଷ ହେବ। ତେଣୁ ମଧ୍ୟାହ୍ନ ୧୨ଟା ୫୭ ମିନିଟ ପୂର୍ବରୁ ଦେବନୀତି ଶେଷ ହେବ। ସର୍ବମୋକ୍ଷ ପରେ ସ୍ନାନପୂର୍ବକ ଦେବନୀତି ଓ ଆନ୍ନଭୋଜନ କରାଯାଇପାରିବ ବୋଲି ପାଞ୍ଜିକାରେ କୁହାଯାଇଛି। ତେବେ ରବିବାର ଅର୍ଥାତ ଆଜି ରାତିର ୯ଟା ୫୮ ମିନିଟରେ ଚନ୍ଦ୍ରଗ୍ରହଣ ଆରମ୍ଭ ହେବା ସହ ଆକାଶରେ ବ୍ଲଡ୍ମୁନ୍ ଦେଖାଯିବ ।
ଚନ୍ଦ୍ରଗହଣରେ, ବିଭିନ୍ନ ରାଶି ଉପରେ ଭିନ୍ନ ଭିନ୍ନ ପ୍ରଭାବ ରହିବ ବୋଲି ମତ ଦେଇଛନ୍ତି ଜ୍ୟୋତିଷ। ଜ୍ୟୋତିର୍ବିଦ ମିଲନ ବାନାର୍ଜୀଙ୍କ ମତରେ ଆସନ୍ତାକାଲି ରାହୁଗ୍ରସ୍ତ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । କୁମ୍ଭ ରାଶିରେ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେଉଥିବାରୁ ଏହି ରାଶିର ଲୋକମାନେ ବିଶେଷ ଧ୍ୟାନ ଦେବା ଦରକାର । ଚନ୍ଦ୍ରଗ୍ରହଣର ୩ ମାସ ପୂର୍ବରୁ ଓ ପରବର୍ତ୍ତୀ ୩ ମାସ ଯାଏ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ବୃଷ, ମିଥୁନ, କର୍କଟ,କୁମ୍ଭ ଓ ମୀନ ରାଶି ପାଇଁ ଗ୍ରହଣ ଦର୍ଶନ ଅଶୁଭ । ଅନ୍ୟ ରାଶିର ଲୋକମାନେ ଚନ୍ଦ୍ରଗ୍ରହଣ ଦର୍ଶନ କରିପାରିବେ ।