ଗୋଟିଏ ଛତା ତଳେ ଯୋଗ୍ୟ ହିତାଧିକାରୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦେଲା ବି.ଏମ୍.ସି
ବୁଦ୍ଧ ବିହାର ହାଉସିଂ ପ୍ରକଳ୍ପର ଇଚ୍ଛୁକ ହିତାଧିକାରୀଙ୍କୁ ସହଯୋଗର ହାତ ବଢ଼ାଇଲେ ବ୍ଯାଙ୍କ ଓ ଫାଇନାନ୍ସ ସଂସ୍ଥା

ଭୁବନେଶ୍ୱର; ୦୭/୦୯/୨୦୨୫ : ନାଗରିକଙ୍କ ସେବାରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) । ଗୋଟିଏ ଛତା ତଳେ ଆଫର୍ଡେବ୍ଲ୍ୟୁ ହାଉସିଂ ଯୋଜନାରେ ଗୃହ ପାଇଥିବା ଲୋକମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେଇଛି ବିଏମ୍ ସି ।ବୁଦ୍ଧ ବିହାର ହାଉସିଂ ପ୍ରକଳ୍ପରେ ଗୃହ ପାଇଥିବା ୪୫ ପରିବାରଙ୍କୁ ଗୋଟିଏ ସ୍ଥାନରେ ସମସ୍ତ ଦସ୍ତାବିଜ୍ ସହ ବ୍ୟାଙ୍କରୁ ଋଣ ସୁବିଧା କରାଇ ଦେଇଛି ବିଏମ୍ ସି ।
କମିଶନର ଶ୍ରୀ ଚଞ୍ଚଳ ରାଣାଙ୍କ ନିର୍ଦେଶ କ୍ରମେ ଯେଉଁ ହିତାଧିକାରୀ ଆଫର୍ଡେବ୍ଲ ହାଉସିଂ ପ୍ରକଳ୍ପରେ ଘର ପାଇବାକୁ ଯୋଗ୍ୟ ହୋଇଛନ୍ତି ଏବଂ ନିଜର ଅଂଶ ରାଶି ଦେବାକୁ ବର୍ତ୍ତମାନ ସକ୍ଷମ ନୁହଁନ୍ତି; ଋଣ ସୂତ୍ରରେ ସେମାନେ କିପରି ଏହି ଦେୟ ପାଇଁ ଅର୍ଥ ଯୋଗାଡ କରିପାରିବେ ଏବଂ ଏହି ରାଶି ଦେଇ ନିଜକୁ ମିଳିଥିବା ସ୍ବପ୍ନର ଘରେ ଶୀଘ୍ର ରହିବେ; ସେଥିପାଇଁ ଉପାୟୁକ୍ତ ଶ୍ରୀ ଅଜୟ କୁମାରା ମହାନ୍ତି ଦୁଇଟି ଫାଇନାନ୍ସ ସଂସ୍ଥା ଏଚ୍ ଡି. ଏଫ୍ ସି ବ୍ୟାଙ୍କ ଓ ସ୍ୱତନ୍ତ୍ର ଫାଇନାନ୍ସଙ୍କୁ ନେଇ ବୈଠକ ଆଲୋଚନା କରିଥିଲେ l
ଟିମ୍ ବିଏମ୍ ସି ସମୁଦାୟ ୪୫ଟି ପିରବାର ସମସ୍ତ କାଗଜାତ ଯୋଗାଇ ଦେଇଥିଲେ । ଭୁବନେଶ୍ୱର ଅତିରିକ୍ତ ତହସିଲଦାର, ଏଚ୍ ଡି. ଏଫ୍ ସି ବ୍ୟାଙ୍କ ଓ ସ୍ୱତନ୍ତ୍ର ଫାଇନାନ୍ସ ଅଧିକାରୀ ଓ କର୍ମଚାରୀ ଏବଂ ସଂଯୁକ୍ତ ବିଭାଗୀୟ ଅଧିକାରୀ ସମସ୍ତେ ଉପସ୍ଥିତ ଥିଲେ ।
ଯେଉଁ ଯୋଗ୍ୟ ହିତାଧିକାରୀମାନେ ସେମାନଙ୍କର ଅର୍ଥ ପୈଠ କରିପାରୁ ନଥିଲେ, ସେମାନଙ୍କୁ ବ୍ୟାଙ୍କ ଋଣ ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି । ଏଚଡିଏଫସି ବ୍ୟାଙ୍କ ୩୫ ଜଣ ହିତାଧିକାରୀଙ୍କୁ ଋଣ ଯୋଗାଇ ଦେଇଥିବା ବେଳେ ସ୍ୱତନ୍ତ୍ର ଫାଇନାନ୍ସ ୧୦ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଋଣ ଯୋଗାଇ ଦେଇଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଆଫର୍ଡେବ୍ଲ୍ୟୁ ହାଉସିଂ ଯୋଜନାରେ ଘର ପାଇଥିବା ଲୋକେ ନିଜର ଦେୟ ଏକକାଳୀନ ଦେବା ସମ୍ଭବ ହେଉନଥିଲା । ସେମାନଙ୍କୁ ଋଣ ମିଳିବା ମଧ୍ୟ ସମ୍ଭବ ହେଉନଥିଲା । ମାତ୍ର ବିଏମ୍ ସି କମିଶନର ଶ୍ରୀ ରାଣାଙ୍କ ଉଦ୍ୟମ କ୍ରମେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆବଶ୍ୟକ କାଗଜପତ୍ର ସହ ଋଣ ଦେବାର ସୁବ୍ୟବସ୍ଥା କରାଯାଇଥିଲା । ଫଳରେ ହିତାଧିକାରୀମାନେ ଏହାକୁ ନେଇ ବେଶ ଖୁସି ପ୍ରକଟ କରିଚନ୍ତି । କାଗଜପତ୍ର ଓ ଋଣ ପାଇବା ପାଇଁ ବାରମ୍ବାର ଧାଇଁବାକୁ ପଡିଥାନ୍ତା । ମାତ୍ର ଭୁବନେଶ୍ୱର ମହାନଗର ନିଗମ ସେ ସମସ୍ତ ସୁବିଧା ଗୋଟିଏ ସ୍ଥାନରେ ଏବଂ ଗୋଟିଏ ଦିନରେ ଯୋଗାଇ ଦେଇଥିବାରୁ, ସମସ୍ତ ବିଏମ୍ ସିକୁ ସାଧୁବାଦ ଜଣାଇଛନ୍ତି ।