
ଭୁବନେଶ୍ୱର ,ନବୀନ ଦଳର ସୁପ୍ରିମୋ ହୋଇ ମଧ୍ୟ ସଙ୍ଗଠନ ମଜବୁତ ହେବା ବଦଳରେ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ।ଜଣ ଜଣ କରି ନେତା ନବୀନଙ୍କ ହାତ ଛାଡ଼ିବାରେ ଲାଗିଛନ୍ତି । ଫଳସ୍ୱରୂପ ଦଳରୁ ବଡ଼ ନେତାଙ୍କଠାରୁ ଆରମ୍ଭ କରି ଯୁବନେତା ବିଜେଡିରୁ ମୁହଁ ମୋଡ଼ୁଛନ୍ତି ।
ଏବେ ସାମିଲ ହୋଇଛନ୍ତି ବିଜେଡିର ଯୁବନେତା ହରିଶଙ୍କର ରାଉତ । ଛାତ୍ର ବିଜେଡି ପୂର୍ବଚନ ମହାସଚିବ ପଦରେ ଥିଲେ ହରିଶଙ୍କର ।
ଦଳର ନିଷ୍ପତ୍ତି ବୋଧେ ଆଉ କିଏ ନେଉଛି । ନବୀନ ବାବୁଙ୍କୁ ଦେଖାକରିବା ପାଇଁ ମଧ୍ୟ ସୁଯୋଗ ନାହିଁ, ଏତେ ବର୍ଷ ଦଳରେ ରହି କାମ କରି ମଧ୍ୟ ଦଳର ସଭାପତିଙ୍କୁ ଦେଖା କରିପାରୁନି ଅତି ଦୁଃଖର କଥା।
କିଛିଦିନ ପୂର୍ବରୁ ବିଜେଡିର ବରିଷ୍ଠ ନେତା ଭାସ୍କର ରାଓ ଦଳ ଛାଡ଼ିଥିବାବେଳେ ବିଜୁ ସ୍ୱାଭିମାନ ମଞ୍ଚ ଘୋଷଣା କରିଥିଲେ ।
ତାଙ୍କ ସହ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ଏବଂ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ମଧ୍ୟ ବିଜେଡି ଛାଡ଼ିଛନ୍ତି। ଇସ୍ତଫା ପୂର୍ବରୁ ହଜାର ସଂଖ୍ୟାରେ ବିଜେଡି ନେତା ଓ କର୍ମୀ ଭାସ୍କର ରାଓଙ୍କ କାର୍ଯ୍ୟାଳୟରେ ଏକତ୍ରିତ ହୋଇଥିଲେ।