ଓଡ଼ିଶାମୌସୁମୀ

ସେପ୍ଟେମ୍ବର ୨୫, ୨୬ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟିହେବାର ସମ୍ଭାବନା

 ଭୁବନେଶ୍ୱର ,ସେପ୍ଟେମ୍ବର ୨୫, ୨୬ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟିହେବାର ସମ୍ଭାବନା ରହିଛି ।ଏହା ଘନୀଭୂତ ହେବା ପାଇଁ ପାଗ ମଧ୍ୟ ଅନୁକୂଳ ରହିଛି । ଏହା ଫଳରେ ଦଶହରାରେ ବର୍ଷା ହେବାର ଆଶଙ୍କା କରାଯାଉଛି । ଏପରି ହେଲେ ଚଳିତ ଦଶହରା ବଜାର ଫିକା ପଡ଼ିପାରେ ।

୨୬ରୁ ୨୮ ଅର୍ଥାତ୍ ଷଷ୍ଠୀ ପୂଜାରୁ ଅଷ୍ଟମୀ ପର୍ଯ୍ୟନ୍ତ ସାରା ରାଜ୍ୟରେ ଭଲ ବର୍ଷା ହେବ । ମଧ୍ୟମ ଧରଣର ବର୍ଷା ସାଙ୍ଗକୁ କିଛି ଜିଲ୍ଲାରେ ଭାରି ବର୍ଷାର ମଧ୍ୟ ଆଶଙ୍କା କରାଯାଉଛି ।

ପୂଜା ଆରମ୍ଭରୁ ପ୍ରବଳ ବର୍ଷା ନେଇ ସୂଚନା ରହିଛି ।୨୭ ଓ ୨୮ ତାରିଖରେ ଅଧିକାଂଶ ସ୍ଥାନରେ ବର୍ଷା ହେବ। ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଲଘୁଚାପ ୨୯ରେ ପଶ୍ଚିମ ଓଡ଼ିଶା ଦେଇ ଛତିଶଗଡ଼ ଓ ନାଗପୁର ଗତି କରିବ। ୨୯ରେ ବି ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି।୩୦ ତାରିଖ ପରେ ପାଗ ବଦଳିବ। ୨୮ରେ ଷଷ୍ଠୀ ପୂଜା । ତେଣୁ ଷଷ୍ଠୀ ଓ ସପ୍ତମୀ ପୂଜା ସମୟରେ ବର୍ଷାର ସମ୍ଭାବନା ରହିଛି। ଭୁବନେଶ୍ଵର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ, ବଲାଙ୍ଗିର, ଟିଟିଲାଗଡ଼, ସୁବର୍ଣ୍ଣପୁର, ବରଗଡ଼, ନୂଆପଡ଼ା, ଭବାନୀପାଟଣା, ତାଳଚେରରେ ବର୍ଷା ହେବ।ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲାରେ ବଜ୍ରପାତ ସହିତ ଘଣ୍ଟା ପ୍ରତି ୩୦ରୁ ୪୦କି.ମି ବେଗରେ ପବନ ବହିବା ସମ୍ଭାବନା ରହିଛି।

Related Articles

Back to top button