ଅପରାଧଓଡ଼ିଶା

ଆଗ୍ରାରୁ ଗିରଫ ହେଲା ରସିକିଆ ଓଡ଼ିଆ ବାବା

ଭୁବନେଶ୍ୱର ,ଛାତ୍ରୀଙ୍କୁ ଯୌନଶୋଷଣ ଏବଂ ଜାଲିଆତି ଅଭିଯୋଗରେ ଗିରଫ କଲା ପୋଲିସ।  ସ୍ୱାମୀ ଚୈତନ୍ୟାନନ୍ଦଙ୍କୁ ଆଗ୍ରାରୁ ବିଳମ୍ୱିତ ରାତିରେ ଗିରଫ କଲା ଦିଲ୍ଲୀ ପୋଲିସ। EWS ସ୍କଲାରସିପରେ PGDM କରାଇବାକୁ କହି ଛାତ୍ରୀଙ୍କୁ କରୁଥିଲା ଶୋଷଣ।

ପୂର୍ବରୁ ଦିଲ୍ଲୀର ପଟିଆଲା ହାଇକୋର୍ଟ ସ୍ୱାମୀ ଚୈତନ୍ୟାନନ୍ଦଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଏହି ସମୟରେ ଦିଲ୍ଲୀ ପୋଲିସ ବାବା ଚୈତନ୍ୟାନନ୍ଦଙ୍କ ୮ କୋଟି ଟଙ୍କା ଫ୍ରିଜ୍ କରିଛି।

୨୦୧୬ ମସିହାରେ, ଦିଲ୍ଲୀର ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟ ଆଣ୍ଡ୍ ରିସର୍ଚ୍ଚରେ ଛାତ୍ରୀମାନଙ୍କୁ ନିର୍ଯାତନା ଦେଇଥିବା ଚୈତନ୍ୟାନନ୍ଦ ସରସ୍ୱତୀଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଥିଲା।

ସେହି ସମୟରେ ଜଣେ ଝିଅ ଚୈତନ୍ୟାନନ୍ଦଙ୍କ କବଳରୁ ଖସି ପଳାଇବାରେ ସଫଳ ହୋଇଥିଲା। ସେ ପଳାଇବା ସମୟରେ ତାଙ୍କର ବ୍ୟାଗ୍ ଏବଂ କାଗଜପତ୍ର ମଧ୍ୟ ଛାଡି ଦେଇଥିଲେ। ଏହା ସତ୍ତ୍ୱେ, ଚୈତନ୍ୟାନନ୍ଦଙ୍କ ଲୋକମାନେ ତାଙ୍କୁ ପିଛା କରିଥିଲେ ଏବଂ ତାଙ୍କ ଘରେ ପହଞ୍ଚିଥିଲେ।

Related Articles

Back to top button