
ପୁରୀ;୦୭/୧୦/୨୦୨୫: ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଘଟିଛି ଜଘନ୍ୟ କାଣ୍ଡ । ବସ୍ ଭିତରେ ପଶି ଯାତ୍ରୀଙ୍କୁ ହାଣି ପକାଇଲା ଯୁବକ । ଘଟଣାରେ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଲକ୍ଷ୍ମୀ ବସ୍ରେ ଯାତ୍ରା କରୁଥିବାବେଳେ ବସ୍ ଭିତରେ ପଶି ୪ ଜଣଙ୍କୁ ଅମାନୁଷିକ ଭାବେ ହାଣି ପକାଇଛି ଯୁବକ । ଖବର ପାଇ କଣାସ ଖାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିଛି । ଅଭିଯୁକ୍ତ ଏବେ ଗଡ଼ିଶା ଗଦା ଥାନାରେ ରହିଥିବା ବେଳେ ଚିକିତ୍ସା ନିମନ୍ତେ ତାକୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ସୂଚନା ଅନୁସାରେ, ଲକ୍ଷ୍ମୀ ବସ୍ ପୁରୀ କଣାସରୁ ଗଡ଼ିଶାଗଦା ଅଭିମୁଖେ ଯାଉଥିଲା । ହଠାତ୍ ବିନ୍ଧଣ ଛକ ନିକଟରେ ବସ୍ରେ ପଛ ସିଟ୍ରେ ବସିଥିବା କଣାସ ଅଞ୍ଚଳର ତୋଫାନ ଭୋଇ ଆସି ସାମ୍ନାରେ ବସିଥିବା ଯାତ୍ରୀଙ୍କୁ ଆକ୍ରମଣ କରିଥିଲା । ତେବେ କେଉଁ ଉଦ୍ଦେଶ୍ୟରେ ତୋଫାନ ଯାତ୍ରୀ ମାନଙ୍କୁ ଆକ୍ରମଣ କଲା ସେନେଇ କୌଣସି ସୂଚନା ମିଳିପାରି ନାହିଁ ।