ଅନ୍ତର୍ଜାତୀୟବିଜ୍ଞାନ ଓ ପ୍ରଯୁକ୍ତି

HMD Global ଏବଂ Nokia ମଧ୍ୟରେ ଏକ ଲାଇସେନ୍ସିଂ ଚୁକ୍ତିନାମା

ଭୁବନେଶ୍ୱର,Nokia 800 Tough ୨୦୧୯ ରେ ଲଞ୍ଚ ହୋଇଥିଲା। ଏହା ଏକ ମଜବୁତ ଫିଚର୍ ଫୋନ୍ ଥିଲା ଏବଂ KaiOS ରେ ଚାଲୁଥିଲା। ଏଥିରେ ଏକ ବଡ଼ ବ୍ୟାଟେରୀ ଥିଲା ଏବଂ ବ୍ୟବହାରକାରୀମାନେ Facebook ଏବଂ WhatsApp ପରି ପୂର୍ବରୁ ସଂସ୍ଥାପିତ ଆପ୍ ମଧ୍ୟ ପାଇଥିଲେ।

କମ୍ପାନୀ ଏନେଇ ଏକ୍ସରେ ସୂଚନା ଦେଇ କହିଛି ଯେ, ଦୀର୍ଘ ଛଅ ବର୍ଷ ପରେ, HMD Nokia 800 Tough ର ଏକ ନୂତନ ସଂସ୍କରଣ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛୁ । ନୂତନ ସଂସ୍କରଣରେ ପରିବର୍ତ୍ତନ ବଡ଼ ହେବ ନାହିଁ, କିନ୍ତୁ କିଛି ଅପଗ୍ରେଡ୍ ହେବ । ମିଳିଥିବା ସୂଚନା ଅନୁସାରେ, ଏଥର ପୁରୁଣା microUSB ପୋର୍ଟକୁ USB Type-C ପୋର୍ଟ ଦ୍ୱାରା ବଦଳାଯିବ।

ସଫ୍ଟୱେର୍ KaiOS 2.5.2 ରୁ KaiOS 3.1 କୁ ଅପଡେଟ୍ କରାଯିବ। କମ୍ପାନୀ ଏହାର ଏକ ଫଟୋ ମଧ୍ୟ ସେୟାର କରିଛି, ଯେଉଁଥିରୁ ଜଣାପଡୁଛି ଯେ, ଏହାର ଡିଜାଇନ୍ ପ୍ରାୟତଃ ପୂର୍ବ ପରି ସମାନ ରହିଛି। ପଛପଟେ ଗୋଟିଏ କ୍ୟାମେରା ସେନ୍ସର, ଏକ LED ଫ୍ଲାସ୍ ଏବଂ ଅନ୍ୟ ପାର୍ଶ୍ୱରେ ଏକ ସ୍ପିକର ଗ୍ରୀଲ୍ ରହିଛି।କମ୍ପାନୀର ପୂର୍ବ ଲାଇନଅପ୍ ଉପରେ ଆଧାର କରି, ନୂତନ Nokia 800 Tough (2nd Gen) ମଧ୍ୟ IP68 ପାଣି ଏବଂ ଧୂଳି ପ୍ରତିରୋଧ ସହିତ ଆସିବ ବୋଲି ଆଶା କରାଯାଉଛି। ଏହା MIL-STD-810G ପ୍ରମାଣପତ୍ର ପାଇବାର ମଧ୍ୟ ସମ୍ଭାବନା ଅଛି ।

Related Articles

Back to top button