
ଭୁବନେଶ୍ୱର, ତା.୧୩/୧୦/୨୦୨୫ : ପଶ୍ଚିମବଙ୍ଗରେ ଓଡ଼ିଆ ଝିଅଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ମୁଁ ପଶ୍ଚିମବଙ୍ଗ ମହିଳା କମିଶନଙ୍କ ସହ କଥା ହେବାକୁ ଚେଷ୍ଟା କରିଛି | ହେଲେ ସେ ବ୍ୟସ୍ତ ଥିବା କଥାକହି କୌଣସି ରେସ୍ପଣ୍ଡ କରିନାହାନ୍ତି | ଆଜି ରାଜ୍ୟ ପୋଲିସ ଡିଜିଙ୍କୁ ଭେଟି ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ କହିଛି | ପଶ୍ଚିମ ବଙ୍ଗ ମହିଳା କମିଶନଙ୍କୁ ମେଲ କରାଯାଇଛି | ପୀଡିତାଙ୍କ ବାପାଙ୍କ ସହ କଥା ହୋଇଛି | ତିନିଜଣ ଦୁର୍ବୃତ୍ତ ତାଙ୍କୁ ବଳାତ୍କାର କଲେ, ଏହା ବର୍ବର ଘଟଣା | ଏଭଳି ଘଟଣା ଦୁଃଖଦାୟକ | ଆଜି ବାଲେଶ୍ୱର ଏଡ଼ିଏମଙ୍କ ନେତୃତ୍ୱରେ ଏକ ଟିମ୍ ପଠାଯାଇଛି | ଘଟଣାର 36 ଘଣ୍ଟା ପରେ ମାତ୍ର 3 ଜଣ ଗିରଫ ହୋଇଛନ୍ତି | ଆଉ 2 ଜଣ ଏବେବି ଫେରାର ଅଛନ୍ତି | ପଶ୍ଚିମ ବଙ୍ଗ ସରକାରର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଲା | ରାଜ୍ୟ ମହିଳା କମିଶନର ଏକ ସ୍ୱତନ୍ତ୍ର ଟିମ ପଶ୍ଚିମ ବଙ୍ଗ ଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମହିଳା କମିଶନ |