ଓଡ଼ିଶାରାଜନୀତି

ଏହି ମହତ ଯୋଜନା ଆରମ୍ଭ ହୋଇପାରିନି।

ଭୁବନେଶ୍ୱର,ଗରିବଙ୍କ ସହାୟତା ଲକ୍ଷ୍ୟରେ ‌୨୦୨୧ ମସିହା ଏପ୍ରିଲ ୧ ପବିତ୍ର ଉତ୍କଳ ଦିବସରେ ବିଏମ୍‌ସି ପକ୍ଷରୁ ‘ସହାୟ ରଥ’ର ଶୁଭାରମ୍ଭ କରାଯାଇଥିଲା। ଏଥିପାଇଁ ନୂଆ ଚକାଚକ ବସ୍(ଓଆର-୦୨ବିଆର-୨୯୭୪) କିଣାଗଲା।  ସହରୀ ଲୋକେ ଫିଙ୍ଗି ଦେଉଥିବା ପୋଷାକକୁ ସଂଗ୍ରହ କରି ଏହାକୁ ସଫା କରି ଓ ଆଇରନ୍‌ ଦେଇ ସହାୟ ରଥ(ବସ୍‌) ଜରିଆରେ ପ୍ରତି ମୁଖ୍ୟ ଛକ, ବସ୍ତିରେ ଗରିବ, ଅସହାୟ ଲୋକଙ୍କୁ ବିନା ମୂଲ୍ୟରେ ବଣ୍ଟାଯିବ। ମାସିକ ୧୭ହଜାର ୫୦୦ ପୋଷାକ ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟ ହେଲା।

ଏଥିପାଇଁ ‘କାଇଣ୍ଡନେସ୍‌ ହବ୍’ ନାଁରେ ସ୍ବତନ୍ତ୍ର ଭାବେ ସେଣ୍ଟ୍ରାଲ ୱାସିଂ, ପ୍ୟାକେଜିଂ ଆଣ୍ଡ୍‌ ଇନ୍‌ଭେଣ୍ଟ୍ରି ମ୍ୟାନେଜ୍‌ମେଣ୍ଟ୍‌ ସେଣ୍ଟର୍‌ ଖୋଲିଲା। ପୋଷାକ ସଂଗ୍ରହ, ସଫା, ଇସ୍ତ୍ରି ଓ ବାଣ୍ଟିବା ଆଦି ପରିଚାଳନା ବାବଦରେ, ୧ଲକ୍ଷ ୬୦ହଜାର ଟଙ୍କା ଖର୍ଚ୍ଚ କରାଗଲା। କ୍ରୟ ବସ୍‌କୁ ଦୋକାନ ଭଳି ଖୋଲି ପ୍ରତିଦିନ ସକାଳ ୯ଟାରୁ ଅପରାହ୍ଣ ୨ଟା ଏବଂ ଅପରାହ୍ଣ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ପୋଷାକ ବଣ୍ଟନ ବ୍ୟବସ୍ଥା ହେଲା। ସପିଂ ମଲ୍‌, ଆପାର୍ଟମେଣ୍ଟ ଆଦି ସ୍ଥାନରେ ପୁରୁଣା ପୋଷାକ ପକାଇବା ପାଇଁ ଡ୍ରପ୍‌ ବକ୍ସ ରହିଲା। କିନ୍ତୁ ହଠାତ୍‌ କୋଭିଡ୍‌ କଟକଣା ଲାଗିବାରୁ ଏହି ଯୋଜନାକୁ ବନ୍ଦ କରି ଦିଆଗଲା।

କୋଭିଡ୍‌ କଟକଣା ହଟିବା ପରେ ପୁଣିଥରେ ଏହା ଆରମ୍ଭ ହେବ ବୋଲି ବିଏମ୍‌ସି ଅଧିକାରୀମାନେ କହିଥିଲେ।  କୋଭିଡ୍‌ କଟକଣା‌ ହଟିବା ୩ ବର୍ଷ ବିତିଗଲାଣି, କିନ୍ତୁ ବନ୍ଦ ହୋଇଥିବା ଏହି ମହତ ଯୋଜନା ଆରମ୍ଭ ହୋଇପାରିନି।  ବସ୍ ପଡ଼ି ପଡ଼ି ନଷ୍ଟ ହୋଇଗଲାଣି। ଷ୍ଟିୟରିଂ, ସିଟ୍‌, ଇଂଜିନ୍‌ ସବୁ ଖତ ହୋଇଗଲାଣି।

ସେପଟେ ,ହକି ବିଶ୍ବକପ ଓ ଅନ୍ୟ ସମୟରେ ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ତିନିଟି ଭ୍ରାମ୍ୟମାଣ ଶୌଚାଳୟ(ଓଆର-୦୨ବିୱାଇ-୩୨୨୪, ଓଆର-୦୨ବିଏଚ୍-୯୨୭୧ ଓ ଓଡି-୦୨ସି-୯୭୯୩)ର ବ୍ୟବସ୍ଥା ହୋଇଥିଲା। ବଡ଼ ବଡ଼ ବସ୍‌ରେ ହୋଇଥିବା ଏହି ଶୌଚାଳୟ ଅତ୍ୟାଧୁନିକ ଓ ସ୍ବୟଂଚାଳିତ ଥିଲା। ବସ୍‌ଷ୍ଟାଣ୍ଡ୍‌, ସଭାସମିତି, ପ୍ରଦର୍ଶନୀ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ଏହାର ବ୍ୟବହାର ହେଉଥିଲା। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଉଭୟ ଶୌଚାଳୟ ଓ ବସ୍‌ ଭାଙ୍ଗିରୁଜି ଗଲାଣି। ଏହି ତିନି ଭ୍ରାମ୍ୟମାଣ ଶୌଚାଳୟ ପଡ଼ି ପଡ଼ି ଖତ ହୋଇଗଲାଣି।

Related Articles

Back to top button