
ନୂଆପଡା, ୧୫ ଅକ୍ଟୋବର : ନୂଆପଡା ଉପନିର୍ବାଚନ ପାଇଁ ଦ୍ରୁତଗତିରେ ପ୍ରସ୍ତୁତି ଚଳାଇଛି କଂଗ୍ରେସ। ସର୍ବ ପ୍ରଥମେ କଂଗ୍ରେସ ତାର ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ଚୟନ କରିଥିଲା, ଯେତେବେଳେ ବିଜେଡି ଓ ବିଜେପି ପ୍ରାର୍ଥୀ ଚୟନରେ ସଂଘର୍ଷ କରୁଥିଲେ। ସୂଚାନୁସାରେ ଆଜି ଏକ ନାମାଙ୍କନ ପତ୍ର ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ।
ଆଜି ଏକ ଶୁଭ ଦିନ ହୋଇଥିବାରୁ ତାଙ୍କର ଏକ ଏଜେଣ୍ଟଙ୍କ ମାଧ୍ୟମରେ ନାମାଙ୍କନ ପତ୍ରର ଏକ ସେଟ୍ ଦାଖଲ କରାଯିବ ବୋଲି ସୂଚନା ମିଳିଛି ଏବଂ ଏହା ସହ ୧୮ ତାରିଖ ଦିନ ବିଧିବଦ୍ଧ ଭାବରେ ସମ୍ପୂର୍ଣ ନାମାଙ୍କନ ପତ୍ର ଦାଖଲ ହେବ। କଂଗ୍ରେସ ଜୋରସୋରରେ ବ୍ୟାପକ ପ୍ରଚାର ପ୍ରସାର ମଧ୍ୟ ଆରମ୍ଭ କରିଦେଇଛି ।
ନୂଆପଡା ଉପନିର୍ବାଚନ ପାଇଁ ତିନିଟି ଦଳ ବିଜେପି, ବିଜେଡି ଏବଂ କଂଗ୍ରେସ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ବିଜେପି ଏପର୍ଯ୍ୟନ୍ତ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରିସାରିଛି ଏବଂ ତାଙ୍କର ନାମାଙ୍କନ ୧୬ ତାରିଖରେ ଦାଖଲ କରାଯିବାର ସୂଚନା ମିଳିଛି।