ଓଡ଼ିଶାନିର୍ବାଚନରାଜନୀତି

ପ୍ରାର୍ଥୀ ଘୋଷଣା କଲା ବିଜେପି, ଏହି ଦିନ କରିବ ନାମାଙ୍କନ…

ଭୁବନେଶ୍ୱର, ୧୫ ଅକ୍ଟୋମ୍ବର : ନୂଆପଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ହେଲେ ବିଜେପି ପ୍ରାର୍ଥୀ । ତେବେ ୧୧ ତାରିଖରେ ଜୟ ଢୋଲକିଆ ବିଜେପିରେ ମିଶିଥିଲେ ଓ ଯୋଗ୍ୟ ପ୍ରାର୍ଥୀ ଭାବେ ବିବେଚିତ ହୋଇ ନୂଆପଡା ଆସନ ଲଢ଼ିବେ ମଧ୍ୟ। ଏନେଇ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି ଭାଜପାର ରାଜ୍ୟସଭା ସାଂସଦ ସୁଜିତ କୁମାର । ତାଙ୍କ ସୂଚନାନୁସାରେ ୧୬ ତାରିଖରେ ନାମାଙ୍କନ ଭରିବେ ଜୟ ଢୋଲକିଆ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ନୂଆପଡା ଯାଇ ଜୟ ଢୋଲକିଆଙ୍କ ପ୍ରାର୍ଥୀପତ୍ର ଦାଖଲ କରିବେ। ସାଂସଦ ସୁଜିତ କୁମାର ଆହୁରି ମଧ୍ୟ କହିଛନ୍ତି ନୂଆପଡାରେ ବିଜେପି ୫୦ ହଜାରରୁ ଅଧିକ ଭୋଟରେ ଜିତିବ, କାରଣ ବିଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନି ଏହା ସହ କଂଗ୍ରେସକୁ କେହି ପସନ୍ଦ କରୁନାହାନ୍ତି । ତେଣୁ କେବଳ ବିଜେପି ଜିତିବ ନୂଆପଡା ଆସନ ।

ସୂଚନାଯୋଗ୍ୟ, ୧୧ ତାରିଖରେ ବିଜେପିରେ ମିଶିଥିଲେ ଜୟ ଢୋଲକିଆ, କିନ୍ତୁ ବିଜେପିରେ ମିଶିବା ଆଗରୁ ଜୟଙ୍କ ବିଜେଡିରୁ ପ୍ରାର୍ଥୀ ହେବାର ଖବର ଏକ ପ୍ରକାର ସ୍ପଷ୍ଟ ହୋଇଥିଲା, କେବଳ ଘୋଷଣା ହେବ ବାକିଥିଲା। କିନ୍ତୁ ସମସ୍ତଙ୍କୁ ଚକିତ କରି ବିଜେଡି ନୁହେ ବିଜେପିରେ ଯୋଗ ଦେଇ ଜୟ ଢୋଲକିଆ ରାଜ୍ୟ ରାଜନୈତିକ ସମୀକରଣକୁ ଓଲଟପାଲଟ କରିଦେଇଥିଲେ। ଉକ୍ତ ମିଶ୍ରଣ ବିଜେପିର ମାଷ୍ଟରଷ୍ଟ୍ରୋକ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେବ ସହ ବିଜେଡିର ବଡ଼ ବିଫଳତା ବୋଲି ବିବେଚନା କରାଯାଉଛି।

 

 

Related Articles

Back to top button