ଓଡ଼ିଶାନିର୍ବାଚନରାଜନୀତି

ବିଜେଡିର ମାଷ୍ଟର ଷ୍ଟ୍ରୋକ, ନୂଆପଡା ବିଜେଡି ପ୍ରାର୍ଥୀ ହେଲେ ସ୍ନେହାଙ୍ଗିନୀ ଛୁରିଆ

 

ଭୁବନେଶ୍ୱର, ୧୬ ଅକ୍ଟୋବର : ବିଜେଡିର ମାଷ୍ଟର ଷ୍ଟ୍ରୋକ,ଏକ ଆଶ୍ଚର୍ଯ୍ୟଜନ ପଦକ୍ଷେପ ସ୍ୱରୂପ ବିଜେଡି ନୂଆପଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ରୂପେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ମହିଳା ଦଳର ସଭାପତି ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବୁଧବାର ଦିନ ଘୋଷଣା କରିଛି ।

ନବୀନ ନିବାସରେ ବସିଥିବା ଉଚ୍ଚସ୍ତରୀୟ ବୈଠକ ପରେ ନବୀନ ନିଜେ ଏହା ଏକ ପ୍ରେସ ବାର୍ତା ମାଧ୍ୟମରେ ଘୋଷଣା କରିଛନ୍ତି, ସେ କହିଛନ୍ତି “ମୁଁ ଘୋଷଣା କରିବାକୁ ଚାହୁଁଛି ଯେ ସ୍ନେହାଙ୍ଗିନୀ ଛୁରିଆ, ପଶ୍ଚିମ ଓଡ଼ିଶାର ଜଣେ ଦୃଢ଼ ନେତ୍ରୀ, ଯିଏ ଅତୀତରେ ଆମ ବିଜେଡି ମନ୍ତ୍ରୀମଣ୍ଡଳରେ କାର୍ଯ୍ୟ କରିଛନ୍ତି ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ସର୍ବଦା ଗରିବ ଏବଂ ଦଳିତଙ୍କ ପାଇଁ ଏବଂ ବିଶେଷକରି ମହିଳାଙ୍କ ପାଇଁ ଲଢ଼ିଥିଲେ। ଆମେ ଆମ ଦଳରେ ନିଷ୍ପତ୍ତି ନେଇଛୁ ଯେ ସେ ନୂଆପଡ଼ାର ଉପନିର୍ବାଚନରେ ​​ବିଜେଡିରୁ ପ୍ରାର୍ଥୀ ହେବେ।” ଜଣେ ମହିଳାଙ୍କୁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରି ବିଜେଡି ନିଜର ମହିଳା ସପକ୍ଷତାର ପ୍ରମାଣ ଦେଇଛି ।

ତେବେ ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରଥମେ ନିଜର ପ୍ରାର୍ଥୀଭାବେ ଘାସିରାମ ମାଝୀଙ୍କୁ ଘୋଷଣା କରିଥିଲା ବେଳେ ବିଜେପି ବିଜେଡି ନୂଆପଡା ପ୍ରାର୍ଥୀ ପାଇଁ ସଂଘର୍ଷ କରୁଥିଲେ । ବିଜେଡିର ନୂଆପଡା ପ୍ରାର୍ଥୀର ଭାବେ ସ୍ପଷ୍ଟ ହୋଇଥିବା ସ୍ବର୍ଗତ ବିଜେଡି ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ହଟାତ ସମସ୍ତଙ୍କୁ ଚକିତ କରି ବିଜେପିରେ ମିଶି ଯାଇଥିଲେ । ଯାହା ବିଜେଡି ପାଇଁ ଏକ ପ୍ରକାର ଅଡୁଆ ସୃଷ୍ଟି କରିଥିଲା । ଏହାକୁ ନେଇ ବିଜେଡି ସର୍ବସାଧାରଣରେ ନିଜର ଅସନ୍ତୋଷ ମଧ୍ୟ ପରିବ୍ୟକ୍ତ କରିଥିଲା । ଏବଂ ପରେ ତିନୋଟି ସମ୍ଭାବ୍ୟ ନାମ ସାମ୍ନାକୁ ଆସୁଥିଲା ପ୍ରାର୍ଥୀ ପାଦ ପାଇଁ, ସେ ହେଉଛନ୍ତି ଅବନୀ ଯୋଶୀ, ମନୋଜ ମିଶ୍ର ଏବଂ ଭାନୁପ୍ରତାପ ମାଝୀ । କିନ୍ତୁ ସବୁ ସମ୍ଭାବ୍ୟକୁ ପଛରେ ପକାଇ ଆଶ୍ଚର୍ଯ୍ୟଜନକ ଭାବେ ବିଜୁ ମହିଳା ଦଳର ସଭାପତି ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ । ଏହା ବିଜେଡିର ଏକ ବଡ଼ ବାଜି ହୋଇପାରେ ।

ତେବେ ନୂଆପଡାର ଉପନିର୍ବାଚନରେ ତ୍ରିଦଳୀୟ ଲଢେଇ ମଧ୍ୟରେ କିଏ ମରିବ ବାଜି ଏହା ଏବେ ସର୍ବସାଧାରଣରେ ପ୍ରଶ୍ନ ହୋଇଛି ।

 

 

Related Articles

Back to top button