ଅନ୍ୟାନ୍ୟଓଡ଼ିଶା

କାଳୀ ପୂଜା ପାଇଁ କଟକରେ ପୋଲିସ ଅଧିନେ ପ୍ରସ୍ତୁତି ବୈଠକ, ଶାନ୍ତି ଓ ଶୃଙ୍ଖଳା ରଖିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୧୭ ଅକ୍ଟୋମ୍ବର : କାଳୀ ପୂଜା ପାଖେଇ ଆସୁଛି, ଶାନ୍ତି ଏବଂ ଶୃଙ୍ଖଳାର ସହିତ କାଳୀ ପୂଜା ପାଳନ କରିବା ପାଇଁ, କମିଶନରେଟ୍ ପୋଲିସ ଦ୍ୱାରା କଟକର ବିଜୁ ପଟ୍ଟନାୟକ ଛକସ୍ଥିତ ସରଳା ଭବନରେ ଏକ କାଳୀ ପୂଜା ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇଥିଲା।

ଏହି ବୈଠକରେ ସିପିଏସ୍ ଦେବଦତ୍ତ ସିଂହ, ଡିସିପି ଋଷିକେଶ ଖିଲାରୀ, ମହାନଗର ଶାନ୍ତି କମିଟିର ଅଧ୍ୟକ୍ଷ ଏବଂ ସମ୍ପାଦକ, ପୂଜା କମିଟିର ଅଧ୍ୟକ୍ଷ ଏବଂ ସମ୍ପାଦକ, ମେୟର, ଜିଲ୍ଲାପାଳ, ବାରବାଟୀ ବିଧାୟକ, ସମସ୍ତ ରାଜନୈତିକ ଦଳର ନେତା ଏବଂ ସମସ୍ତ ଧାର୍ମିକ ନେତାମାନେ ଯୋଗ ଦେଇଥିଲେ ଏବଂ କାଳୀ ପୂଜା ଏବଂ ଏହାର ଭସ୍ନି ଶୋଭା ଯାତ୍ରା କିପରି ଶାନ୍ତି ଏବଂ ଶୃଙ୍ଖଳାର ସହିତ ପାଳନ କରାଯିବ ସେ ବିଷୟରେ ଆଲୋଚନା କରିଥିଲେ।

Related Articles

Back to top button