ଓଡ଼ିଶାଭାଇରାଲ୍ ଭିଡିଓ

ଫାୟାର ଗାଡ଼ି ଉପରେ ଚଢ଼ି ନାଚିଲେ

 ଭୁବନେଶ୍ୱର , ଫାୟାର ଗାଡ଼ି ଉପରେ ଚଢ଼ି ନାଚିବା ସହ ହାତରେ ବାଣ ଧରି ବି ଫୁଟାଇଥିଲେ ଉଶୃଙ୍ଖଳ ଛାତ୍ର। ପୋଲିସ୍ ଓ ଅଗ୍ନିଶମ ଅଧିକାରୀଙ୍କ ଉପସ୍ଥିତିରେ ହଙ୍ଗାମା ଚାଲିଥିଲା, ହେଲେ ସମସ୍ତେ ଥିଲେ ନାଚାର। ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି।ଦୀପାବଳି ରାତିର କିଟ୍ ବିଶ୍ବବିଦ୍ୟାଳୟ ସାମନା ରାସ୍ତାରେ ନିଆଁ ସହ ଖେଳିଥିଲେ ଛାତ୍ର।

ଶହ ଶହ ପିଲା ଏକାଠି ହୋଇ ଅତି ବିପଦଜ୍ଜନକ ଭାବରେ ବାଣ ଫୁଟାଉଥିଲେ। ସ୍ଥିତି ଏମିତି ହୋଇଥିଲା ଯେ, ସେହି ରାସ୍ତା ଦେଇ ଯିବାକୁ ଭୟ କରିଥିଲେ ପଥଚାରୀ।
ଉଶୃଙ୍ଖଳ ଛାତ୍ରଙ୍କ ମଧ୍ୟରୁ କିଏ ଫାୟାର ଗାଡି ଉପରେ ଚଢିଥିଲା ତ କିଏ ଫାୟାରମ୍ୟାନଙ୍କଠୁ ପାଇପ୍ ଛଡ଼ାଇ ନିଜେ ପାଣି ପକାଇଥିଲା। ବାଣ ନିଆଁରେ ଗଛ ଜଳୁଥିଲା। ସମସ୍ତେ ଏତେ ବେଫିକର ଥିଲେ ଯେ, କାହାରିକୁ ପରିବେଶ ପରୱା ନଥିଲା। ବେଶ୍ କିଛି ଘଣ୍ଟା ଧରି ରାସ୍ତା ଉପରେ ଚାଲିଥିଲା ଏଭଳି ହଙ୍ଗାମା।

ପ୍ରତିକ୍ରିୟାରେ ବୁବନେଶ୍ବର ଡିସିପି ଜଗମୋହନ ମୀନା କହିଛନ୍ତି ଯେ, କିଟ୍ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା। ସେଠି ଆଉ ଫାୟାର ଟିମର ଦରକାର ପଡ଼ିନଥିଲା। ପରେ ପୋଲିସ୍ ପହଞ୍ଚି ପିଲାଙ୍କୁ ଘଉଡ଼ାଇ ଦେଇଥିଲା।
ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ପିଲା ଉତ୍ପାତ କରୁଥିଲା ବେଳେ, କେଉଁଠି ଥିଲେ ସଂସ୍ଥାର ସୁରକ୍ଷା ଅଧିକାରୀ? ଏ ସଂପର୍କରେ ଆମେ କିଟ୍ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ ବି କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Related Articles

Back to top button