ଟ୍ରାଫିକ ମ୍ଯାନେଜମେଣ୍ଟରେ ଏକ ନମ୍ବର ଦେଶ ସାଜିବ ଦୁବାଇ ।

ଭୁବନେଶ୍ୱର, ଦୁର୍ଘଟଣା ହେବା ଆଗରୁ, ସୂଚନା ଦେବ AI ।ସବୁଆଡେ ଜଗିବ AI । ଦୁଇ ବର୍ଷ ଭିତରେ ପ୍ରକଳ୍ପ ଶେଷ କରିବା ପାଇଁ ଚାଲିଛି ପ୍ରସ୍ତୁତି । ଏହା ଟ୍ରାଫିକ ସିଗଲାନ ସହ ସିଧାସଳଖ ଯାନବାହନକୁ ସଂଯୋଗ କରିବ । ଏହା ନିକଟରେ ଆରମ୍ଭ ହୋଇଥିବା ଏକ ନୂଆ ପ୍ରକଳ୍ପର ଅଂଶ ।
ଏମିରେଟ୍ସ ସ୍ମାର୍ଟ କନେକ୍ଟେଡ ଭେଇକିଲ ପ୍ରକଳ୍ପରେ ଏହି କାମ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।ଏଥିରେ ପ୍ରତ୍ଯେକ ଡ୍ରାଇଭରଙ୍କ ପାଖରେ ଏକ ଡାସବୋର୍ଡ ପହଁଚିବ, ଯେଉଁଥିରେ କି ରୋଡରେ ଟ୍ରାଫିକ ଓ ରିଅଲ ଟାଇମ ରୋଡ ଡାଟା ପ୍ରଦାନ କରିବ ।
V2X ନେଟୱାର୍କ 2027 ରୁ 2028 ମଧ୍ୟରେ ପ୍ରାୟ 620 ଛକରେ କାର୍ଯ୍ଯକାରୀ କରିବା ପାଇଁ ସ୍ଥିର କରାଯାଇଛି। ଏହା ସିଗନାଲ କାଉଣ୍ଟଡାଉନ୍ କରିବା ସହିତ ଦୁର୍ଘଟଣା ଆଗରୁ ସତର୍କତା କରିବ ଓ ଗାଡିର ସ୍ପିଡ କେତେ ରହିବା ଦରକାର ଏନେଇ ଗାଡି ଡ୍ରାଇଭରଙ୍କୁ ଅପଡେଟ୍ ପଠାଇବ।ଏନେଇ RTA ଅଧିକାରୀମାନେ କହିଛନ୍ତି ଯେ ସେମାନେ କାର ନିର୍ମାଣ କରୁଥିବା କମ୍ପାନୀଗୁଡିକ କଥା ହୋଇସାରିଛନ୍ତି ।
ଆଗକୁ ଯେଉସବୁ କାର ତିଆରି କରାଯିବ,ସବୁଥିରେ ଅଟୋମେଟିକ ଇଣ୍ଟରନେଟ ସଂଯୋଗ ଦିଆଯିବ. ଫଳରେ ଏମାନେ ଏହି ସବୁ ଟ୍ରାଫିକ ନିୟମ ନିଜ ସ୍କ୍ରିନରେ ଅପଡେଟ ପାଇପାରିବେ।




