
ଭୁବନେଶ୍ୱର ,ଓଡ଼ିଶା ଆସି ପୂର୍ବପୁରୁଷଙ୍କ ଜନ୍ମସ୍ଥାନ ଖୋଜୁଛନ୍ତି ମରିସସର ରାମରୂପ ଜଗୁରନାଥ ।ପୂର୍ବପୁରୁଷଙ୍କ ଠିକଣା ଖୋଜୁଛନ୍ତି ମରିସସର ରାମରୂପ ଜଗୁରନାଥ।
ବୈତରଣୀକୁ ଯାଇ ଅସ୍ଥି ବିସର୍ଜନ ସହ ପିଣ୍ଡଦାନ କଲେ ରାମରୂପ।
ଏହାରି ଭିତରେ ସେ ଯାଜପୁର ବୈତରଣୀକୁ ଯାଇ ସିଦ୍ଧେଶ୍ବର ଘାଟରେ ଅସ୍ଥି ବିସର୍ଜନ କରି ପିଣ୍ଡଦାନ କରିଛନ୍ତି ।
ବର୍ଷ ବର୍ଷ ଧରି ରାମରୂପ ନିଜ ପୂର୍ବପୁରୁଷ ଓ ତାଙ୍କ ଜନ୍ମମାଟିକୁ ଖୋଜୁଥିଲେ ମଧ୍ୟ ଏଯାଏଁ ପାଇନାହାନ୍ତି ।
ଆସନ୍ତା ସପ୍ତାହେ ଯାଏଁ ସେ ଯାଜପୁରରେ ରହି ମାଆ ବିରଜାଙ୍କୁ ଦର୍ଶନ କରିବେ ବୋଲି କହିଛନ୍ତି ।




